No Result
View All Result
ବାରିପଦା (ଓଡ଼ିଶା ତାଜା ନ୍ୟୁଜ୍) :- ନାଗପୁର ସ୍ଥିତ ଗ୍ଲୋବାଲ ଅନ୍ତର୍ଜାତୀୟ ଫାଉଣ୍ଡେସନ ଟିମ ଆନୁକୂଲ୍ୟରେ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା I ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାରିପଦାର ଅସୀମ ଚକ୍ରବର୍ତ୍ତୀଙ୍କୁ ସଂସ୍ଥାର ଅଧ୍ୟକ୍ଷ ଡଃ ମନୀଷା ଠାକରେ ଓ ରାଷ୍ଟ୍ରୀୟ ଉପଦେଷ୍ଟା କମିଟିର ସଦସ୍ୟ ଡଃ ପ୍ରବୀଣ ଡୁଙ୍ଗରେ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି I
ପ୍ରକାଶ ଥାଉକି ଶ୍ରୀ ଚକ୍ରବର୍ତ୍ତୀ ଦୀର୍ଘ ବର୍ଷଧରି ହିନ୍ଦୀ ଭାଷାର ପ୍ରସାର ପ୍ରଚାର କ୍ଷେତ୍ରରେ ନିରବଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି I ତାଙ୍କର ପ୍ରଚେଷ୍ଟାରେ ବହୁ ଯୁବକ /ଯୁବତୀ ଆଜି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି I ରେଡକ୍ରସ ଓ ସ୍କାଉଟ ଗାଇଡ଼ର ସାଧନକର୍ମୀ ଭାବେ କାର୍ଯ୍ୟ କରି ବହୁ ଛାତ୍ରଛାତ୍ରୀଙ୍କୁ ସମାଜସେବାରେ ବ୍ରତୀ ହେବାପାଇଁ କାର୍ଯ୍ୟ କରିଛନ୍ତି I ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯୟ ବେଳେ ତାଙ୍କର ଭୂମିକା ଉଲ୍ଲେଖନୀୟ I ନିଜେ ବହୁବାର ରକ୍ତଦାନ ଓ ବୃକ୍ଷରୋପଣ କରିବା ସହ ବିଭିନ୍ନ ଅନୁଷ୍ଠାନ ସହିତ ଯୋଡ଼ି ହୋଇ ଅନ୍ୟ ମାନଙ୍କୁ ରକ୍ତଦାନ ଓ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଚାଲିଛନ୍ତି I ଖବର ପାଇବା ପରେ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
No Result
View All Result