• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଲିମାଫିଆଙ୍କ କବଜାରେ ଅଧିକାରୀ ଓ ପ୍ରଶାସନ ପୁରୀ ଜିଲ୍ଲାରେ ୧୦୦୦ କୋଟିଟଙ୍କାର ବାଲିଲୁଟ

Proprietor Abhimanyu Maharana by Proprietor Abhimanyu Maharana
May 15, 2025
in ଓଡ଼ିଶା, ପୁରୀ, ହୋମ୍
0
ବାଲିମାଫିଆଙ୍କ କବଜାରେ ଅଧିକାରୀ ଓ ପ୍ରଶାସନ ପୁରୀ ଜିଲ୍ଲାରେ ୧୦୦୦ କୋଟିଟଙ୍କାର ବାଲିଲୁଟ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ପୁରୀ ଜିଲ୍ଲାରେ ଲଘୁଜ ଖଣି ସମ୍ପଦ ବାଲି, ମାଟି, ମୋରମ ଦିନ ଦ୍ଵିପ୍ରହରରେ ପ୍ରଶାସନ ଓ ଅଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ହଜାର କୋଟିଟଙ୍କାର ବାଲିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଅବସ୍ଥାପିତ ଜଣେ ଖଣି ଅଧିକାରୀ ବାଲିମାଫିଆଙ୍କ ଠାରୁ ସୌଖୀନ ଗାଡି ଉପହାର ନେଇ ହାତ ଟେକି ଦେଇଥିବା ଆଲୋଚନା,ଚର୍ଚ୍ଚା ଓ ଶୁଣାଯାଉଛି । ରାତିରେ ଜିଲ୍ଲାର ୧୧ ବ୍ଲକରେ ପ୍ରାୟ ଦୁଇ ହଜାର ଟ୍ରାକ୍ଟର, ହାଇୱା, ଟ୍ରକ ଖୁଲମଖୁଲା ବିଭିନ୍ନ ନଦୀ ଘାଟରୁ ବାଲିଲୁଟ କରୁଥିବା ଅଭିଯୋଗ ହେଉଥିଲେ ମଧ୍ଯ ଧର୍ମକୁ ଆଖିଠାର ପରି ଦୁଇ ତିନୋଟି ଟ୍ରାକ୍ଟର ସିଜ୍ କରି ଅତି ପ୍ରଚାର କରୁଥିବା ଦେଖାଯାଉଛି ।

ଚତୁର ଖାଉ ବାଲିମାଫିଆ ମାନେ ଖଣି ଅଧିକାରୀ,ତହସିଲଦାର, ସଂପୃକ୍ତ ଥାନା ଅଧିକାରୀ ଓ ରାଜସ୍ବ ନିରୀକ୍ଷକଙ୍କୁ ହାତ କରି ଖୁଲମଖୁଲା ବାଲିଲୁଟ କରୁଥିବା ଅଭିଯୋଗ ହେଉଛି। ପୁରୀଜିଲ୍ଲା ବ୍ରହ୍ମଗିରି ମାଣିକପାଟଣା, ବାଲି ହରଚଣ୍ଡୀ, ଗିରଳ, ବେଲେଶ୍ୱର ଠାରୁ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ପର୍ଯ୍ୟନ୍ତ ସମୁଦ୍ରକୂଳରେ ଥିବା ହଜାର ହଜାର ବାଲିବନ୍ତ ଏବେ ଶୂନ ହେବାକୁ ବସିଲାଣି । କୋଟି କୋଟି ଟଙ୍କାର ବେପାର ପାଇଁ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ଗାଁ ସମୁଦ୍ରର ଆଁରେ ପଶି ଯିବାର ଆଶଙ୍କା ସୃଷ୍ଟି ହେଲାଣି । ଦୟା, ଭାର୍ଗବୀ, ରାଜୁଆ ଓ ଧନୁଆ ନଦୀରୁ ଦିନରାତି ବାଲି ଚୋରାଚାଲାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।

ବିଭିନ୍ନ ସମୟରେ ପ୍ରଶାସନକୁ ହାତବାରିସି କରି ଖାଉ ବାଲିମାଫିଆ ଓ ଅଖାଉ ବାଲିମାଫିଆ ମାନେ ରାତିରେ ମୁହାଁମୁହିଁ ହେଉଥିବା କୁହାଯାଉଛି । ପୋତାବାଲି, ରଫବାଲି, ମାଟିମିଶା ବାଲି ,ମଟାଳ ମାଟି, ବର୍ଣ୍ଣମାଟି, କଳାମାଟି, ବାଲିମିଶା ମାଟି ଚଢା ଦରରେ ଟ୍ରାକ୍ଟର ମାଲିକ ଖଣିଜ ସମ୍ପଦ ଲୁଟ କରୁଥିଲେ ମଧ୍ଯ ସେଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ବାଲିଲୁଟରେ ପୁରୀଜିଲ୍ଲା ଆଗରେ ରହିଛି ବୋଲି କିଛିଦିନ ତଳେ ଖଣି ବିଭାଗ ସ୍ବୀକାର କରିଛି । ସହରରେ ଗଢି ଉଠୁଥିବା ଶହ ଶହ ନୂଆ ଘର ପାଇଁ ରଫବାଲିର ଆବଶ୍ୟକ ହେଉଛି । ଜଣେ ଜଣେ ଘର ମାଲିକଙ୍କର ଶହେରୁ ଦୁଇଶହ ଟ୍ରାକ୍ଟର ପୋତା ବାଲି ଆବଶ୍ୟକ ପଡୁଥିବା ବେଳେ ବାଲିମାଫିଆ ଠିକା ନେଇ ରାତି ପାହିଲା ବେଳକୁ ବାଲି ଫିଲପ କରୁଥିବା ଦେଖାଯାଇଛି ।

ଧରପଗଡ ହେଉଛି କହି ବାଲି ରେଟ ବଢା ଯାଉଛି । ପିପିଲିର ଦୟା ନଦୀରେ ୬ଟି ଓ ଭାର୍ଗବୀରେ ୧୦ଟି ମିଶି ଏପରି ୧୬ଟି ବେଆଇନ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଟ୍ରିପରରେ ବାଲି ଆସୁଥିବାରୁ ରାସ୍ତାଘାଟ ନଦୀବନ୍ଧ ଫାଟିବା ସହ ନଦୀବନ୍ଧ ଭୁସୁଡୁଥିବା ଦେଖିବାକୁ ମିଳୁଛି । କେତେକ ବାଲିମାଫିଆ ୧୫ ଫୁଟ ଉଚ୍ଚର ପାଚେରୀ କରି ଓ ବଡ ଗେଟ ଲଗାଇ ପର୍ବତ ପରି ବାଲି ଗଦାକରି ରଖୁଛନ୍ତି । ବର୍ଷା ଦିନେ ଏହି ବାଲି ଷ୍ଟକରୁ ଚଢା ଦରରେ ବିକ୍ରି କରୁଛନ୍ତି । କେତେକ ବାଲିମାଫିଆ ଥାନା ବାବାଙ୍କୁ ଏସି, ଫ୍ରିଜ, ୱାସିଙ୍ଗମେସିନ ଓ ଦାମୀ କୁଲର ଗିଫ୍ଟ ଦେଉଥିବା କୁହାଯାଉଛି । ବାଲିଲୁଟ ରୋକିବା ପାଇଁ ଏକ ଟିମ ରହିଛି ।

ସେହି ଟିମରେ ତହସିଲଦାର ମୁଖ୍ଯ ରହିଛନ୍ତି । ଖଣି ଅଧିକାରୀ ଓ ସଂପୃକ୍ତ ଥାନା ମିଳିତ ଚଢାଉକରି ବାଲିଲୁଟ ରୋକିବା ବିଧି ରହିଛି । ଅଧିକାରୀ ମାନଙ୍କ ତାଳମେଳ ରହୁନଥିବାରୁ ବାଲିମାଫିଆଙ୍କ ପାଇଁ କଚେ ପୁଅ ବାର ସୃଷ୍ଟି କରିଛି । ପିପିଲି ଦୟା ନଦୀର ଶୁଆ ବଜାର, ଗୋବର୍ଦ୍ଧନପୁର, ପନ୍ଦରମାଣ, ତୋଟାପଡା, ତରଡା ଓ ଭାର୍ଗବୀ ନଦୀର ଉତରା, ପାଟଳିକୁଦା, ମଙ୍ଗଳପୁର, ରଙ୍ଗପଡା, ସମରେଇ, ପାରିଚଁଅର, ଦେଉଳି, ଚଉଦମାଣ ଆଦି ଅଞ୍ଚଳରୁ ବାଲି ଚୋରି ବୃଦ୍ଧି ପାଉଛି । ନଦୀରୁ ବାଲି ଆଣିବା ପାଇଁ ନଦୀବନ୍ଧକୁ କାଟି ସ୍ଲୋପ କରାଯାଉଛି । ବନ୍ଯା ସମୟରେ ସେହି ସ୍ଥାନରେ ଗଳିଆପଡି ଘାଇ ସୃଷ୍ଟି ହେବା ଯୋଗୁ ଅଞ୍ଚଳବାସୀଙ୍କ ଧନ ଜୀବନ ଓ ଫସଲ ନଷ୍ଟ ହେଉଛି ।

ଟ୍ରାକ୍ଟର, ଟ୍ରିପର ଧରାପଡିଲେ ଚକ୍ରଧର ରକ୍ଷାକର କହୁଥିବା ବେଳେ ଧରାନପଡିଲେ ଚକ୍ରଧର ଚୁ…କହୁଛନ୍ତି । ପୁରୀ ସଦରବ୍ଲକ ଢୋଲ ବିରଞ୍ଚିଦାସପୁର, ଚାଳିଶି ବାଟିଆ, ଗଡମୃଗଶୀରା, ପିତେଇପୁର, କାଠପୋଲ, ତିଆଡି ସାହି, ଦଣ୍ଡା, ଝିଙ୍କିରିଆ, ବାଲିପଡା, ବାଙ୍ଗୁରୁବା ଓ କାଳିଆକେରା ଆଦି ଗ୍ରାମ ନିକଟରେ ଚୋରା ବାଲି ହାଇୱା ରାତିରେ ଯାତାୟତ ଯୋଗୁ ରାସ୍ତା ଫାଟିବା ଅଭିଯୋଗ ହେଉଛି । ଏଠାରେ ଅବସ୍ଥାପିତ ଖଣି ଅଧିକାରୀ ବେଳେ ବେଳେ ଛୁଟିରେ ଯାଇ ଖୋର୍ଦ୍ଧା ଅଧିକାରୀଙ୍କୁ ଦାୟୀତ୍ବ ଦେଉଛନ୍ତି । କିଛିଦିନ ତଳେ ୮ଟି ହାଇୱା ଅଟକ ରଖି ୬ଟି ଦର୍ଶାଯାଇଥିବା ବେଳେ ସେଗୁଡିକ ସିଜ୍ ନକରି କାହା ଆଦେଶ ବଳରେ ଛାଡି ଦିଆଗଲା ବୋଲି ପୁରୀରେ ଚର୍ଚ୍ଚା ହେଉଛି । ଏହି ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ବୁଦ୍ଧଜୀବୀ ମହଲରୁ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version