No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀଜଗନ୍ନାଥ ସଂସ୍କୃତିକୁ ଉଜିବିତ ରଖିବା ପାଇଁ ବ୍ରହ୍ମଗିରି ବ୍ଲକ କପିଲଳେଶ୍ୱରପୁର ଠାରେ ଭାର୍ଗବି ନଦୀରେ ଆରମ୍ଭ ହୋଇଛି ଭାର୍ଗବି ଆଳତି ମହୋତ୍ସବ କାର୍ଯ୍ୟକ୍ରମ । ମାଆ ଭାର୍ଗବୀ ନଦୀ ଏବଂ ପଞ୍ଚମୁଖୀଙ୍କ ଠାକୁରାଣୀ ନିକଟରେ ଏହି ଜାତିର କୃତଜ୍ଞତା ଜଣାଇବା ପାଇଁ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ୱ ରେ ପବିତ୍ର ଭାର୍ଗବୀ ନଦୀପଠାରେ ଆରମ୍ଭ ହୋଇଛି “ଭାର୍ଗବୀ ଆଳତି ମହୋତ୍ସବ”।
ପଞ୍ଚମୁଖୀ ଠାକୁରାଣୀ ଙ୍କୁ ଶ୍ରୀଜଗନ୍ନାଥଙ୍କ ମାଳ-ମାହାର୍ଦ୍ଦ ସମର୍ପଣ ପରେ ଏକ ଭବ୍ୟ ଶୋଭାଯାତ୍ରାରେ ସମସ୍ତେ ଯମୁନା ରୂପୀ ଭାର୍ଗବୀଙ୍କ ଆଳତି କରିଥିଲେ । ବିଧର୍ମୀମାନଙ୍କ ଅଠର ଥର ଆକ୍ରମଣ ରୁ ଥରେ ଠାକୁର ପାତାଳି ହୋଇଥିଲେ ସୋନପୁର ର ମହାନଦୀ ପଠାରେ ଆଉଥରେ ତାଙ୍କୁ କଳାପାହାଡ଼ ନେଇଥିଲା କଲିକତା ଘାଟ । ଏଇ ଦୁଇଥର ଛାଡିଦେଲେ ପ୍ରାୟ ପ୍ରତିଥର ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ଭାର୍ଗବୀ ନଦୀ ଦେଇ ଲୁଚିବା ପାଈଁ ଯାଇଛନ୍ତି ଚିଲିକା ।
ଏପରିକି ପାତାଳି ଠାକୁର, ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ପୀଠ କପିଳେଶ୍ୱରପୁର ର ଭାର୍ଗବୀ ନିକଟ ପ୍ରସିଦ୍ଧ ମାଆ ପଞ୍ଚମୁଖୀଙ୍କ ପାଖରେ ରହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ଦ୍ବାରିକାନାଥ ବିଶ୍ଵାଳ,ଭାଗବତ ସଂଗଠକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ର ରାଜ୍ୟ ସଭାପତି ବଦ୍ରି ମିଶ୍ର,
ଶିକ୍ଷାବିତ୍ ପ୍ରମୋଦ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଆଳତି କରିଥିଲେ ପଣ୍ଡିତ ଶୁଭାଶିଷ କର । ବୈଶାଖ ପୂର୍ଣ୍ଣିମା ରେ ଆରମ୍ଭ ହୋଇଥିବା ଏହି ଆଳତି, ପ୍ରତି ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ ବୋଲି ଆବାହକ ପ୍ରଶାନ୍ତ କୁମାର ତ୍ରିପାଠୀ ଜଣାଇଛନ୍ତି ।
No Result
View All Result