No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ତିତିପ ପଞ୍ଚାୟତ ଫୁଲବାରୀ ଗ୍ରାମର ଆରାଧ୍ୟା ଦେବୀ ମା ସର୍ବ ମଙ୍ଗଳାଙ୍କ ୨୯ ତମ ବାର୍ଷିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଆଦି ଆୟୋଜନ କରାଯାଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଧାକୃପା କୁଟୀରର ମହନ୍ତ ଜମୁନା ବିହାରୀ ଦାଶ ମହାରାଜ, ମୁଖ୍ୟ ପୁରୋହିତ ଦିଲ୍ଲୀପ କୁମାର ଦାଶଙ୍କ ନେତୃତ୍ୱରେ ଯଜ୍ଞ କାର୍ଯ୍ୟ ପରିଚାଳନା ନିମନ୍ତେ ୫ ଜଣ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି ।
ଫୁଲବାରୀ, ଝାରକଟା, ପରଳା, ଖଟିସାହି, ସିପିଆ, ଆଣୁଆଁ ସମେତ ୬ ମେଳ ସଂକୀର୍ତ୍ତନ ଦଳ ଯୋଗଦେଇ ନାମ ପରିବେଷଣ କରୁଛନ୍ତି । ସନ୍ଧ୍ୟାରେ ସମର କଳା ପାଇକ ଆଖଡ଼ା ପଦର୍ଶନ ହେଉଅଛି । ପ୍ରତ୍ୟହ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।
ଗତ ଶନିବାର ଠାରୁ ଏହି ଉତ୍ସବ ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା । ମଙ୍ଗଳବାର ନାମ ସମାପନ ଓ ଠାକୁରଙ୍କ ନଗର ଭ୍ରମଣ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଫୁଲବାରୀ ଗ୍ରାମ୍ୟ କମିଟି ସଭାପତି ପ୍ରମୋଦ ନାୟକ, ସମ୍ପାଦକ ଅଭିମନ୍ୟୁ ମାଝୀ ସମେତ ଗ୍ରାମର ସମସ୍ତ ସଭ୍ୟ ଉତ୍ସବ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।
No Result
View All Result