ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ବାଲେଶ୍ୱର ) :– ଔପଦା ଗାଁରେ ବଢୁଛି ଅସନ୍ତୋଷ l ଶିକ୍ଷା ବିଭାଗ ର ବିଚିତ୍ର ନୀତି ବାରମ୍ବାର ବଦଳୁଛି ଆଦେଶ । ବିଦ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଲେ ଗ୍ରାମବାସୀ ଓ ଅଭିଭାବକ । ଏଭଳି ଘଟଣା ଦେଖିବା କୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ତଳକିଆ ପଞ୍ଚାୟତ ଦରଖୋଳି ନୋଡାଲ ହାଇସ୍କୁଲରେ। ଗତ୨୨/୦୮/୨୦୧୯ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା:୧୧୫୪୮ ମୂଳେ ନୀଳଗିରି ବ୍ଲକ କାଂଶ ହାଇ ସ୍କୁଲର ଖେଳ ଶିକ୍ଷକ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଡେପୁଟେସନରେ ଖେଳ ଶିକ୍ଷକ ଭାବେ ଦରଖୋଳି ନୋଡାଲ ହାଇସ୍କୁଲ ରେ ନିଯୁକ୍ତି ଦିଆଯାଇଥିଲା l

ଏହି ସ୍କୁଲର ବିଜ୍ଞାନ ଶିକ୍ଷକ ପୂର୍ଣଚନ୍ଦ୍ର ବିନ୍ଧାଣୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା:୩୦୨୭ ତା୦୮/୦୩/୨୦୧୯ରେ ପ୍ରଧାନ ଶିକ୍ଷକ ପଦବୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ତେବେ ଅଚାନକ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା : ୪୫୫୮ ତା୦୮/୦୬/୨୦୨୦ ଆଦେଶ ଅନୁସାରେ ଡେପୁଟେସନ ରେ ଥିବା ଖେଳ ଶିକ୍ଷକ ଶ୍ରୀ ଆଚାର୍ଯ୍ୟଙ୍କୁ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ଆଦେଶ ହେଲା । ଏହି ଆଦେଶ କୁ ସ୍କୁଲ ପରିଚାଳନା କମିଟି ଗ୍ରାମବାସୀ ଓ ଅଭିଭାବକ ତୀବ୍ର ବିରୋଧ କରିବାରୁ ଏହି ଆଦେଶ ପରିବର୍ତ୍ତନ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା : ୫୧୧୩ ତା୨୯/୦୬/୨୦୨୦ ଅନୁସାରେ ଫତେପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀଙ୍କୁ ଏହି ସ୍କୁଲର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଇଥିଲା ।
ଭୟାବହ କରୋନା ପରିସ୍ଥିତିରେ ସ୍କୁଲ ବନ୍ଦ ଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ପୁର୍ନବାର ପତ୍ର ସଂଖ୍ୟା : ୬୯୯୭ ତା୨୬/୦୮/୨୦୨୦ରେ ୪ ଦିନ ଡେପୁଟେସନରେ ଥିବା ଖେଳ ଶିକ୍ଷକଙ୍କୁ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦେବା ନେଇ ଗ୍ରାମବାସୀ ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ଆଦେଶ କୁ ବିରୋଧ କରି ଗ୍ରାମବାସୀ ଏବଂ ଛାତ୍ର ଅଭିଭାବକ ମାନେ ଧାରଣା ବସି ବିରୋଧ କରିଥିଲେ । (ଦୀପ୍ତିମାନ ପତି /ବାଲେଶ୍ୱର)














