No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଦୋଳବେଦୀ ପରିସର ଏବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ର ଡଷ୍ଟବିନ ପାଲଟିଥିବା ଅଭିଯୋଗ ହେଉଛି । ପୁରୁଣା ବହି, ଖାତା, ଜରି ଫାଇଲ, ଚିଠି ପାର୍ସଲ, ନୋଟ ପ୍ୟାଡ଼, ଅର୍ଡର ସିଟ, ଗୋଳେଇ ସିଲବାଜିଥିବା କାଗଜାତ ଆଦି ଅନେକ କାଗଜ ଆଜି ସକାଳୁ ପଡ଼ିଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଛାତ ଉପରେ ଏଭଳି ନଥିପତ୍ର ପଡ଼ିଥିବା ଦେଖିବାକୁ ମିଳିଥିଲା । ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ଯେ ଏହି ସବୁ ଫାଇଲ ଏଣେତେଣେ ପକାଇବାର ଭିତିରି ଉଦ୍ଦେଶ୍ଯ କଣ ? ଶ୍ରୀମନ୍ଦିର କାର୍ଯ୍ଯାଳୟ ଏକ ପବ୍ଲିକ ଅଫିସ ।

ବିଭିନ୍ନ କାର୍ଯ୍ୟ ପାଇଁ ଜନସାଧାରଣ ଏହି କାର୍ଯ୍ୟାଳୟକୁ ଯାଇଥାନ୍ତି । ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ଜମିଜମା ଫାଇଲ ରହିଛି । ପୁରୀ ସହରରେ ଗୃହ ନିର୍ମାଣ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଏନଓସି ଦେଉଛି । ପବ୍ଲିକ ଅକଶନ ନୋଟିସ କରାଯାଇ ଏହାକୁ ସର୍ବସାଧାରଣରେ ବିକ୍ରି କିମ୍ବା ନଷ୍ଟ କରିବା ବିଧି ରହିଛି । ଏହି ସବୁ କାଗଜପତ୍ର କିଏ ଫୋପାଡିଲା, କାହିଁକି ଫୋପାଡିଲା, କେଉଁ ଉଦ୍ଦେଶ୍ଯ ନେଇ ଫୋପାଡିଲା,

ଏହାର ରହସ୍ଯ କଣ ସେ ସମ୍ପର୍କରେ ଜନତା ଜାଣିବୃ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ବହୁବର୍ଷ ଧରି କାର୍ଯ୍ୟାଳୟର ଆୟ ବ୍ଯୟ ହିସାବ ଅଡିଟ ହୋଇଛି କି ନାହିଁ ସେ ସମ୍ପର୍କରେ ଭକ୍ତ ମାନଙ୍କ ଉତ୍କଣ୍ଠା ବଢିଯାଇଛି । ଦୋଳବେଦୀ ପରିସର ଏକ ଧାର୍ମିକ ସ୍ଥାନ । ଏବେ ରଥଯାତ୍ରା ପାଇଁ ଅସ୍ଥାୟୀ କମାରଶାଳ ଖୋଲାଯାଇଛି । ରଥ ନାହାକା ପାଇଁ ଏଠାରେ କାଠ ଚିରଟ ହେବ । ଏହି ଅଳିଆକୁ ତୁରନ୍ତ ସଫା କରିବା ପାଇଁ ସାଧାରଣରେ ଦାବି ହେଉଛି ।
No Result
View All Result