No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗୌନ୍ତିଆ ପଡ଼ା ଠାରେ ଶୁକ୍ରବାର ଦିନ ଠାରୁ ଚନ୍ଦନ ଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି I ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ ଯାତ୍ରା ମହୋତ୍ସବ ଚନ୍ଦନ ପୁର୍ଣିମା ତଥା ବୁଦ୍ଧ ପୁର୍ଣିମାରେ ଉଦ୍ଯାପିତ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ I ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟପର୍ବ, ପୁରାଣ ପଠନ, ନାଵକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ, କିଚକବଧ, ଗୋଧନ ହରଣ, ଶ୍ରୀ ରାମଲୀଳା, ଅଭିମନ୍ୟୁ, ଉତ୍ତରାବାଲି ବିବାହ ପ୍ରଭୂତି ବିରାଟପର୍ବର ପୌରାଣିକ ନାଟକ ଗୁଡ଼ିକ ମଞ୍ଚସ୍ଥ ହେବ I ପୂର୍ବଦିନ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I

୫୩ତମ ବର୍ଷ ଚନ୍ଦନ ଯାତ୍ରାରେ ଅଇବଲ ମାଝୀ ଓ ତାଙ୍କ ଧର୍ମପତ୍ନୀ ବିଳାସ ମାଝୀ କର୍ତ୍ତା I ସଞ୍ଜୀବ ଶତପଥି ଓ ପଞ୍ଚାନନ ଥନାପତି ପୂଜକ ଦାୟିତ୍ୱରେ ଅଛନ୍ତି I ଆୟୋଜକ ପୂଜା କମିଟି ସଭାପତି ଅଇବଲ ମାଝୀ ସମ୍ପାଦକ ପଣ୍ଡିତ ମାଝୀ ଭଣ୍ଡାରଘରିଆ ସଭାପତି ରମେଶ ମାଝୀ ସହ ସମ୍ପାଦକ ଦିନେଶ ମାଝୀ, ଅନ୍ନ, ପ୍ରସାଦ ପସ୍ତୁତି ଦାୟିତ୍ୱରେ ଲୁଚନ ମାଝୀ (ଖେଡୁ )ଏବଂ ଅମର ବିଶି ଆୟୋଜକ ଉପଦେଷ୍ଟା କମିଟିର ଉପେନ୍ଦ୍ର ମାଝୀ,

ନାରାୟଣ ମାଝୀ, ପିତାମ୍ବର ସେଠ, ପୁରୁଷୋତ୍ତମ ମାଝୀ, ହଂସର ମାଝୀ, ନରହରି ମାଝୀ, ପୂର୍ଣ୍ଣଚନ୍ଦ୍ର ସେଠ, ଦ୍ରୋଣ ମାଝୀ, ରଇତାଲ ମାଝୀ, ଗୋପାଳ ମାଝୀ, ଶୁକୃ ଚନ୍ଦନ, ସୁନ୍ଦର ମାଝୀ, ରୁପଲ ମାଝୀ, ଜୟଲାଲ ମାଝୀ, ବସୁଦେବ ମାଝୀ, ଜଗତରାମ ମାଝୀ, ଭୁଜବଲ ଚନ୍ଦନଙ୍କ ସହ ଡ଼ଙ୍ଗାମରା ଗାଁର ଅଭିମନ୍ୟୁ ପୁଟେଲ, ଛବିମନ୍ୟୁ ପୁଟେଲ ଓ ତଅଁଳା ଗାଁର ଡାକ୍ତର ଡ଼ମ୍ବରୁଧର ସାହୁଙ୍କ ସହ ସମସ୍ତ ଗୌନ୍ତିଆପଡ଼ାବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ସମ୍ପୂର୍ଣ ସହଯୋଗ କରୁଛନ୍ତି I

No Result
View All Result