ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :– ପ୍ରଦେଶ କଂଗ୍ରେସ ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ପୁରୁଣା ତିଗିରିଆ ପଞ୍ଚାୟତ ଚଷାଆଁରା ଗ୍ରାମରେ ହୋଇଥିବା ବନ୍ୟା ରେ କ୍ଷତିଗ୍ରସ୍ତ ଗ୍ରାମ ବାସୀ ଙ୍କ ସହ ଆଲୋଚନା କରିବା ସହ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଚୁଡା,ଚିନି ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।
ଗ୍ରାମବାସୀଙ୍କ ଏ ବନ୍ୟା ସମସ୍ୟା ର ସମାଧାନ ପାଇଁ ରାଜ୍ୟସରକାର ଏକ ବୈଷୟିକ ଦଳ ଗଠନ କରି ତୁରନ୍ତ ଏହାର ସମାଧାନ ର ବାଟ ବହାରକରିବା ଆବଶ୍ୟକ ବୋଲି କଂଗ୍ରେସ ନେତା ଉମାବଲ୍ଲଭ ରଥ କହିଛନ୍ତି। ହଜାର ହଜାର ଏକର ଚାଷ ଜମି ସମ୍ପୂର୍ଣ ଉଜୁଡିଯାଇଛି,ତାହାର କ୍ଷତିପୂରଣ ସରକାର ତୁରନ୍ତ ଦେବାକୁ ଶ୍ରୀ ରଥ ଦାବୀ କରିଛନ୍ତି ।
ଏ ବନ୍ୟା ସମୟରେ ପିଇବା ପାଣି ସମସ୍ୟା ବହୁତ ଉତ୍କଟ ହେଇଛି ବୋଲି ଗ୍ରାମବାସୀମାନେ କହିଥିଲେ। ଗ୍ରାମବାସୀମାନେ ଖରାଦିନିଆ ଫସଲ ପାଇଁ ଯଦି ୧୦/୧୫ ଟି ବୋରିଂ ସରକାର କରିଦିଅନ୍ତେ,ତେବେ ଗ୍ରାମବାସୀମାନେ ଉପକୃତ ହୋଇପାରନ୍ତେ । ଏହି ଚଷାଆଁରା ଗ୍ରାମାଞ୍ଚଳ ପରିଦର୍ଶନ ରେ ତିଗିରିଆ ବ୍ଲକ କଂଗ୍ରେସ ନେତା ମେହେବୁବ ଅହମଦ ଖାଁ, ସରୋଜ ଦାଶ, ମନୋରଞ୍ଜନ ଦାଶ, ପୁରୁଣା ତିଗିରିଆ ସରପଞ୍ଚ ଅମୁଲ୍ୟ ସାହୁ,ଆଠଗଡ କଂଗ୍ରେସ ନେତା ସୁଦର୍ଶନ ସାହୁ,ଯୁବକଂଗ୍ରେସ ନେତା ବିକ୍ରମ ରାୟ ସାମନ୍ତ ,ପ୍ରଶାନ୍ତ କୁମାର ବେହେରା, ଚନ୍ଦନ କୁମାର ସାହୁ, ଅଭିନାଶ ପ୍ରଧାନ ,ଶୀତମ ଦାସ , ଗତିକୃଷ୍ଣ ମହାନ୍ତି ପ୍ରମୁଖ ସାଥିରେ ଯାଇଥିଲେ