No Result
View All Result
ଵଡପଦର (ଓଡ଼ିଶା ତାଜା ନ୍ୟୁଜ୍) :- ଵଡପଦର ଶ୍ରୀ ଶ୍ରୀ ରଘୁନାଥ ଦେବ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ଶତବାର୍ଷିକୀ ଜୟନ୍ତୀ ଓ ରାମଲୀଳା ମହୋତ୍ସବ ର ୩ୟ ସନ୍ଧ୍ୟାରେ ନାତୁଣୀ ଶ୍ରୀ ରଘୁନାଥ ଦେବ ନାଟ୍ୟ ସଂସଦ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସଦାଶିବ ଵୈଶ୍ୟ ଙ୍କ ବିରଚିତ ଆଦ୍ୟ କାଣ୍ଡ ର ତାଡକା ବଧ, ଅହଲ୍ୟା ଉଦ୍ଧାର,ସୁଵାହୁ ମାରିଚ ଦମନ, କୈବର୍ତ୍ତ ନିସ୍ତାରଣ,ଶିଵଧନୁ ଭଙ୍ଗ, ସୀତା ଵିଵାହ ଓ ପର୍ଶୁରାମ ଦର୍ପଦଳନ ପ୍ରସଙ୍ଗ।
ଆରମ୍ଭ ରୁ ଶେଷ ଯାଏଁ କଳାକାର ମାନଙ୍କ ର ନଵରସ ପରିବେଷଣ ଦର୍ଶକ ଙ୍କୁ ବେଶ୍ ରସାପ୍ଲୁତ କରି ବାନ୍ଧି ରଖିଥିଲା। ବିଶେଷକରି ତାରକା ଵଧ ରେ ତାଡକା ଭୂମିକା ରେ ଅଭିନୟ କରୁଥିବା କଳାକାର ଙ୍କ ରୈ।ଦ୍ରରସ,ରାମ ଲକ୍ଷ୍ମଣ ଙ୍କ ବୀର ରସ, କୈବର୍ତ୍ତ ଙ୍କ ଗଙ୍ଗା ପାରି ପ୍ରସଙ୍ଗରେ ଭକ୍ତିରସ, ସୀତା ଵିଵାହ ରେ ମାତା ସୀତାଙ୍କ ସ୍ଵୟମ୍ବର ଦ୍ରୃଶ୍ୟ ଏଵଂ ପର୍ଶୁରାମ ଦର୍ପଦଳନ ରେ ଭଗବାନ ପର୍ଶୁରାମଙ୍କ କଳାହରଣ ଦ୍ରୃଶ୍ୟ ଦର୍ଶକ ଙ୍କ ମନକୁ ବେଶ୍ ଛୁଇଁ ଥିଲା।
ଏହି ସନ୍ଧ୍ୟାରେ ଆୟୋଜିତ ସାରସ୍ବତ ସଭା ମହୋତ୍ସବ କମିଟି ର ସଭାପତି ମକରଧ୍ବଜ ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ନାଚୁଣୀ ସରପଞ୍ଚ ଙ୍କ ପ୍ରତିନିଧି ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଲେଇ,
ବିରିଵାଡି ଗ୍ରାମ ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ଙ୍କ ପ୍ରତିନିଧି ଧର୍ମାନନ୍ଦ ସେଣ, ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ସରୋଜ କୁମାର ମହାନ୍ତି,ଅଶୋକ କୁମାର ବରାଳ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ ଵୋଧନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶତବାର୍ଷିକୀ ଉତ୍ସବ କମିଟି ର ଉପ ସଭାପତି ପ୍ରାକ୍ତନ ନାଚୁଣୀ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ତଥା ଯୁବ ସାମ୍ବାଦିକ ମନୋଜ କୁମାର ବରାଳ ବିବରଣୀ ପଠନ କରିଥିଲେ ।
ନାଟ୍ୟ ମୂଲ୍ୟାଙ୍କନ ପାଇଁ ବିଚାରକ ଭାବେ ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ, ନାଟ୍ୟ କାର-ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ, ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ଯୋଗ ଦେଇ ଥିଲେ।
No Result
View All Result