No Result
View All Result
ଉପରସ୍ତ କର୍ମଚାରୀ ଙ୍କ ବେପରୁଆ ମନଭାବ ଯୋଗୁଁ ପ୍ରକାଶ ଆହତ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଟାଟା କମ୍ପାନୀ ର ବିଦ୍ୟୁତ ବିଭାଗ ର ବେପରୁଆ ମନଭାବ ଯୋଗୁଁ ଚୁକ୍ତିଭିତିକ ଠିକା କର୍ମଚାରୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏମିତି ଏକ ଅଭାବୀନୀୟ ଘଟଣା ଟି ଘଟିଛି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ବିରୁତୁଙ୍ଗ ପଞ୍ଚାୟତ ର ସାୟୁରିଆ ଗ୍ରାମ ରେ l ଗୋପ ପଞ୍ଚାୟତ ର ଉଦୟଗିରି ସାହିର ରତ୍ନାକର ଭୋଇ ଙ୍କ ବଡ ପୁଅ ପ୍ରକାଶ ଭୋଇ (31) ଗୋପ ସର୍କଲ ସ୍ଥିତ ବେଗୁନିଆ ସେଣ୍ଟରେ ରେ ଦୀର୍ଘ ବର୍ଷଧରି ଅସ୍ଥାୟୀ ଚୁକ୍ତିଭିତିକ ଟିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି l ରତ୍ନାକର ଙ୍କ ଏକମାତ୍ର ରୋଜଗାରିଆ ଭେଣ୍ଡା ପୁଅ ଅଟେ ପ୍ରକାଶ ଦୈନିକ ବିଦ୍ୟୁତ ବିଭାଗ ର କାର୍ଯ୍ୟ କୁ ଯାଆନ୍ତି ଯାହା କାର୍ଯ୍ୟ ଦିଆଯାଏ ତାକୁ ସୁଚାରୁରୂପେ କରିଥାନ୍ତି l

ସୋମବାର ତାଙ୍କ ପାଇଁ ଥିଲା ଘାତ ବାର ଲାଇନ ମ୍ୟାନ ଙ୍କ ସହିତ ସଉରିଆ କୁ ଯାଇଥିଲେ ସମସ୍ୟାର ସମାଧାନ କରିବାକୁ l କିନ୍ତୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜେ ସମସ୍ୟାର ଶିକାର ହୋଇଛନ୍ତି l 11କେବି କରେଣ୍ଟ ସଂସ୍ପର୍ଶ ଆସି ଖୁଣ୍ଟିରୁ ସିଧା ତଳେ ପଡିଯାଇଥିଲେ, ଯାହାଫଳରେ କୀ ମୁଣ୍ଡ ଓ ମୁହଁରେ ରେ ଶକ୍ତ ଆଘାତ ଲାଗିବା ସହିତ ବାମ ହାତ ଟି 75% ପୋଡ଼ିଯାଇଛି l ସାଧାରଣତଃ ଲାଇନ ମ୍ୟାନ କରେଣ୍ଟ କାଟିଲାପରେ ହେଲପର ଖୁଣ୍ଟିରେ ଛାଡେ କିନ୍ତୁ ସେଠାରେ ତାର ଉପରସ୍ତ କର୍ମଚାରୀ ଙ୍କ ବେପରୁଆ ମନଭାବ ଯୋଗୁଁ ଦୁଇଟି ଫିର୍ଡର ସ୍ଥାନରେ ଗୋଟିଏ ଫିର୍ଡର କାଟିଥିଲେ ଯାହାଫଳରେ ପ୍ରକାଶ କୁ କରେଣ୍ଟ ମାରିଥିଲା ଯାହାଫଳରେ କୀ ପ୍ରକାଶ ତଳେ ପଡିଯାଇଥିଲା l
ସ୍ଥାନୀୟ ବ୍ୟକ୍ତି ଙ୍କ ସହାୟତା ରେ ତୁରନ୍ତ ଗୋପ ହସ୍ପିଟାଲ କୁ ଆଣିଥିଲେ କିନ୍ତୁ ପ୍ରକାଶ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ଅଧିକ ଚିକିତ୍ସା ନିମନ୍ତେ l ତଳ କର୍ମଚାରୀ ଙ୍କୁ କାର୍ଯ୍ୟ ରେ ନିୟଜିତ କରିବା ପୂର୍ବରୁ ସୁରକ୍ଷା କ୍ଷେତ୍ରରେ ଉପରସ୍ତ ଅଧିକାରୀ ଙ୍କ ଅବହେଳା ହେତୁ ଆଜି ପ୍ରକାଶ ଜୀଵନ ମରଣ ସହ ସଙ୍ଘର୍ଷ କରୁଛି l ପ୍ରକାଶ ର ସମସ୍ତ ଖର୍ଚ୍ଚ ବହନ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଙ୍କ ଦାବୀ l
No Result
View All Result