No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗତ ମାର୍ଚ୍ଚ ୨୩ରେ ଗଜପତି ଜିଲା ରାମଗିରିରେ ଛତୁଆ ଖାଇ ଦୁଇ ଶିଶୁ କନ୍ୟା ତୁଳସୀ ବଡମୁଣ୍ଡି ଓ ଫୁଲମଣୀ ବଡମୁଣ୍ଡିଙ୍କ ମୃତ୍ୟୁ ଘଟିଥିଲା l ତେବେ ଘଟଣାର ୪୨ ଦିନ ପରେ ଉଭୟ ବାପା ଝିଅ ସୁସ୍ଥ ହୋଇ ଶନିବାର ରାମଗିରି ଫେରିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା ସେତେବେଳେ ଗଜପତି ଜିଲାରେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ କିଭଳି ପରିସ୍ଥିତିରେ ଛତୁଆ ଖାଇ ଶିଶୁ କନ୍ୟା ଙ୍କ ମୃତ୍ୟୁ ଘଟିଲା ତାହାର ତଦନ୍ତ କରୁଛି ପୋଲି। ତେଣୁ ଘଟଣାର ୩ ଦିନ ପରେ ଶାଶୁ ଓ ବୋହୁଙ୍କୁ ରାମଗିରି ଥାନାକୁ ଡାକି ଜେରା କରାଯାଇଥିଲା l
ତେବେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବାପା – ଝିଅ ସୁସ୍ଥ ହୋଇ ଫେରିଥିବା ଯୋଗୁ ପୁଣି ସେମାନଙ୍କୁ ଡାକି ଜେରା କରାଯିବ ବୋଲି ଥାନା ଅଧିକାରୀ ଗଜପତି ଦୋରା କହିଛନ୍ତି l ଅନ୍ୟପକ୍ଷରେ ଖାଦ୍ୟ ନମୁନାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସି ନ ଥିବା କହିଛନ୍ତି ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ l ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମୁବାରକ ଅଲୀଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ସୁଦ୍ଧା ଛତୁଆ ନମୂନାର କୌଣସି ରିପୋର୍ଟ ଆସି ନ ଥିବା ସେ କହିଛନ୍ତି ।
No Result
View All Result