No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନିରାପଦ ଏବଂ ସୁଗମ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳର ପାଞ୍ଚଜଣ ରେଳ କର୍ମଚାରୀଙ୍କୁ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ) ଶ୍ରୀ ପି.କେ.ବେହେରା ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ଥି । ଡ଼ି ଆର୍ ଏମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମସ୍ତ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ କରଯାଇଥିଲା ।

ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କର୍ମଚାରୀମାନଙ୍କ ମଧ୍ୟରେ ଶ୍ରୀ ବିନୟ କୁମାର ବିଶ୍ୱକର୍ମା, ସୁରକ୍ଷା ପରାମର୍ଶଦାତା ଇଞ୍ଜିନିୟରିଂ,ଶ୍ରୀ ସାନ୍ତୋଶ ବେହେରା,ଟ୍ରାକ ମେଣ୍ଟନର ଗୋରକନାଥ, ଶ୍ରୀ ଅରବିନ୍ଦା ଶୁକ୍ଲା,ସିନିୟର୍ ଟ୍ରେନ୍ ମ୍ୟାନେଜର ଜାଖପୁରା,ଶ୍ରୀ ଗଣେଶ୍ୱର ସିଂ ବଦ୍ରା, ଟେକ୍ନିସିଆନ ଗଙ୍ଗାଧରପୁର ଏବଂ ଶ୍ରୀ ଲକ୍ଷ୍ମଣ ଟୁଡୁ,ଜୁନିୟର ଇଞ୍ଜିନିୟର, ମେମୁ ସେଡ, ଖୋର୍ଦ୍ଧାରୋଡ଼।

ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ପି.କେ.ବେହରା, କର୍ତ୍ତବ୍ୟ ପାଳନ ସମୟରେ ଏହି କର୍ମଚାରୀ ମାନଙ୍କର ସତର୍କତା,ଶୀଘ୍ର ପ୍ରତିକ୍ରିୟା ଏବଂ ଉତ୍ସର୍ଗତାକୁ ପ୍ରଶଂସା କରିଥିଲେ,ଯାହା ଦ୍ଵାରା ଯାତ୍ରୀ ସୁରକ୍ଷା ଏବଂ ପରିଚାଳନାଗତ ଦକ୍ଷତା ସୁନିଶ୍ଚିତ କରାଯାଇପାରିଛି।
No Result
View All Result