No Result
View All Result
ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗ୍ରାମର ସୁରଭି ଗୋଶାଳା ଦ୍ୱାରା ଗୋମାତାଙ୍କ ସେବା ପାଇଁ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି I ସୁରଭି ଗବେଷଣା ଏବଂ ବିକାଶ କେନ୍ଦ୍ର (ସୁରଭି ଗୋଶାଳା ) ଏହି ଗ୍ରୀଷ୍ମ ଋତୁରେ ଗୋମାତାଙ୍କ ସେବା ପାଇଁ ସମଗ୍ର କଣ୍ଟାବାଞ୍ଜି ସହରର ପ୍ରତ୍ୟେକ କୋଣରେ ପାଣି କୁଣ୍ଡର ସ୍ଥାପନ କରିଛି I

ବର୍ତ୍ତମାନ୍ର ଗ୍ରୀଷ୍ମ ପରିସ୍ଥିତିରେ, ଗାଈ ସହିତ ଅନ୍ୟ ପଶୁ ଏବଂ ପକ୍ଷୀମାନଙ୍କୁ ମଧ୍ୟ ପାଣି ମିଳିବା ଉଚିତ ଏବଂ ସେମାନେ ତୃଷାର୍ତ୍ତ ରହିବା ଉଚିତ ନୁହେଁ I ଏହି ଉଦେଶ୍ୟରେ ସୁରଭି ଗୋଶାଳା ୨୩ଟି ପାଣି କୁଣ୍ଡ ସ୍ଥାପନ କରିଛନ୍ତି I ଯେଉଁ ଭଦ୍ରଲୋକମାନେ ଏହି କୁଣ୍ଡରେ ପାଣି ଭର୍ତ୍ତି କରିବାକୁ ନିଷ୍ପତି ନେଇଥିଲେ ଏବଂ କୁଣ୍ଡ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ Iସେମାନଙ୍କ ପ୍ରତିଷ୍ଠାନ କିମ୍ବା ଘର ସମ୍ମୁଖରେ ପାଣି କୁଣ୍ଡ ସ୍ଥାପନ କରାଯାଇଥିଲା I
ଗତ ବର୍ଷ ଏବଂ ତା ପୂର୍ବ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ କଣ୍ଟାବାଞ୍ଜି ସହରର ସୁରଭି ଗୋଶାଳାରେ ଗୋମାତାଙ୍କ ସେବା ପାଇଁ ଏକ ପାଣି କୁଣ୍ଡ ସ୍ଥାପନ କରାଯାଇଥିଲା I ଚଳିତ ବର୍ଷ ଏହି ସେବା କାର୍ଯ୍ୟର ପୂର୍ଣ୍ଣ ସମର୍ଥନ ସୁରଭି ଗୋଶାଳାର ସଭାପତି ପ୍ରବୀଣ ଆରିୟା, ସମ୍ପାଦକ ଅଜିତ ଜୈନ, ସଂଯୋଜକ ଅଶୋକ ଛାପଡ଼ିଆ ସଦସ୍ୟ ରାଜୁ ଶର୍ମା ଏବଂ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା I
No Result
View All Result