ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରାମାୟଣର ୩୫ ଚରିତ୍ର ମଧ୍ୟରୁ ବିଭୀଷଣ ଏକ ନିଆରା ଚରିତ୍ର । ଅବତାରୀ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ମଧ୍ୟରେ ବିଶ୍ଵନିୟନ୍ତାଙ୍କ ସ୍ଵରୂପ ଅନୁଭବ କରିବା ପରେ ସେ ପାଲଟି ଗଲେ ତାଙ୍କର ଏକନିଷ୍ଠ ଭକ୍ତ ଓ ଉପାସକ। ପତ୍ନୀ, ପୁତ୍ର ,ପ୍ରଵଳ ପରାକ୍ରାନ୍ତ ଭାଇ ଦଶାନନର ସ୍ଵର୍ଣ୍ଣ ଲଙ୍କା ର ମୋହ ପରିତ୍ୟାଗ କରି ଦୁନିଆଁ ଆଖିରେ ବିବେଚିତ ହେଲେ ଘରଭେଦୀ ବିଭୀଷଣ ଭାବେ।ନିଜ ପୁଅ ତରଣୀସେନ ର ମ୍ରୃଦ୍ୟୁ ରେ ତାଙ୍କର ଅନ୍ତର ଆତ୍ମା ବିଳପି ଉଠିବା ବେଳେ ପରମ କାରୁଣିକ ଶ୍ରୀ ରାମଚନ୍ଦ୍ର ଙ୍କ ଜିଜ୍ଞାସା ରେ ଉତ୍ତର ଦେଇଥିଲେ
















