• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦାରୁ,ଦିଦି, ଦଇତା ଦୀଘାକୁ ନେଇ ଦ୍ବନ୍ଦ ଜାରି ଜଗନ୍ନାଥ ସଂସ୍କୃତି ଧ୍ବଂସ କରିବା ପାଇଁ ବିଦେଶୀ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ମହାଷଡଯନ୍ତ୍ର ! ରଥଯାତ୍ରା ପାଇଁ ଚାପରେ ପ୍ରଶାସନ

Proprietor Abhimanyu Maharana by Proprietor Abhimanyu Maharana
May 4, 2025
in ଓଡ଼ିଶା, ପୁରୀ, ହୋମ୍
0
ଦାରୁ,ଦିଦି, ଦଇତା ଦୀଘାକୁ ନେଇ ଦ୍ବନ୍ଦ ଜାରି ଜଗନ୍ନାଥ ସଂସ୍କୃତି ଧ୍ବଂସ କରିବା ପାଇଁ ବିଦେଶୀ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ମହାଷଡଯନ୍ତ୍ର ! ରଥଯାତ୍ରା ପାଇଁ ଚାପରେ ପ୍ରଶାସନ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଦୀଘାରେ ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦଘାଟନ କରିବା ପରେ ଅନେକ ବିବାଦ ମୁଣ୍ଡ ଟେକିଛି । ଦୀଘାକୁ ଜଗନ୍ନାଥ ଧାମ ଭାବେ ପ୍ରଚାର କରିବା ,ଜଗନ୍ନାଥଙ୍କ ପଥରମୂର୍ତ୍ତି ବସାଇବା ଓ କାଠମୂର୍ତ୍ତି ବସାଇବା ଯୋଗୁ ପୁରୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଭକ୍ତ ଅସନ୍ତୋଷ ବୃଦ୍ଧି ପାଇଛି । ଦଇତାପତି, କିଛି ପଣ୍ଡିତ ଓ ବ୍ରାହ୍ମଣ ପୁରୀରୁ ଦୀଘା ଯାଇ ମନ୍ଦିର ପ୍ରତିଷ୍ଠାରେ ଅଂଶଗ୍ରହଣ କରିଥିଲେ । ଦଇତାପତି ନିଯୋଗର ସମ୍ପାଦକ ତଥା କତା ନିଗମର ପୂର୍ବତନ ଅଧ୍ୟକ୍ଷ ଓ ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର (ଟିକି ପୁଅ) ଦୀଘାକୁ ଯାଇ ମନ୍ଦିର ପ୍ରତିଷ୍ଠା ଦାରୁଦିଅଁ ପ୍ରତିଷ୍ଠା ଓ ବିବାଦୀୟ ମନ୍ତବ୍ୟ ଯୋଗୁ ଦୁଇ ରାଜ୍ୟରେ ଆଲୋଚନା ଯୋର ଧରିଛି ।

ଦଇତାପତି ବଙ୍ଗଳା ଭାଷାରେ ବଙ୍ଗାଳି ଟିଭି ମାନଙ୍କୁ ଦେଇଥିବା ବୟାନ ଓ ପୁରୀରେ ରାତିରେ ପହଞ୍ଚିବା ପରେ ହଠାତ ସକାଳୁ ପ୍ରେସ ମିଟ୍ କରି ଅଲଗା ବୟାନ ଦେବା ଯୋଗୁ ତାହା ବିବାଦୀୟ ପ୍ରସଙ୍ଗ ହୋଇପଡିଥିଲା । ଶନିବାର ଓ ରବିବାର ଦୁଇ ଦିନ ଧରି ଶ୍ରୀମନ୍ଦିର କାର୍ଯ୍ଯାଳୟ ଠାରେ ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ତୁହାକୁ ତୁହା ବୈଠକ,ପ୍ରତି ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ଘନ ଘନ ବୈଠକ ପରିସ୍ଥିତିକୁ ଗରମା ଗରମ କରିଛି । ବୟାନବାଜିରେ ତାଳମେଳ ରହୁନଥିବାରୁ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରରେ ଦଇତାପତିଙ୍କ କାର୍ଯ୍ଯକୁ ନିନ୍ଦା କରିବା ଯୋଗୁ ପରିସ୍ଥିତି ଭିନ୍ନ ମୋଡ ନେଇଛି ।

ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମୁଖ୍ଯ ପ୍ରଶାସକ ଘନ ଘନ ପ୍ରଶ୍ନ ପଚାରି ଘାଇଲା କରିଦେଇଥିବା କୁହାଯାଉଛି । ଦୀଘାରେ ଜଗନ୍ନାଥ ଧାମ ପ୍ରଚାର କରିବାକୁ ନେଇ ଓ ଶ୍ରୀମନ୍ଦିର ଦଇତାପତି ପ୍ରତିଷ୍ଠାରେ ଭାଗ ନେବା, ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ କିପରି ଗଲା ଏବଂ ନବକଳେବର ତିଥି ନଥାଇ ଅଦିନରେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା କିପରି କରାଗଲା ତାକୁ ନେଇ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ସଠିକ ସମୟରେ ଆଇନମନ୍ତ୍ରୀ ଚିଠି କରିଛନ୍ତି । ଆଗକୁ ରଥଯାତ୍ରା ଥିବାରୁ ଏହି ଘନ ଘନ ବୈଠକ ଦିନରାତି ଟିଭିରେ ଗର୍ଜନ ,ସାମାଜିକ ଗଣମାଧ୍ୟମରେ ମତାମତ ପରିସ୍ଥିତିକୁ ଆବେଗପୂର୍ଣ୍ଣ କରିଛି ।

ସିଂହଦ୍ବାର ପାଖରେ ଜୈନିକ ବୃଦ୍ଧ ବୁଦ୍ଧିଜୀବୀ କହିଲେ ଘଡ ଘଡି ଚଡଚଡି ବିଜୁଳି ପବନ ଯୋର ହେବ ମାତ୍ର ବୁନ୍ଦେ ପାଣି ମାଟିରେ ପଡିବନି । ସେହି ନ୍ଯାୟରେ ରଥଯାତ୍ରା ଆସୁଥିବାରୁ ସେବକଙ୍କୁ ମନାଇବାକୁ ଯାଇ ପରିସ୍ଥିତି ଫୁସ ହେବ ବୋଲି କହିଥିଲେ । ଜଗନ୍ନାଥ ସଂସ୍କୃତିକୁ ବିପଥଗାମୀ କରାଯାଉଥିବାରୁ ସୂଚନାକର୍ମୀ ଜେ.କେ.ଦାସ ଓ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ବାର ଥାନାରେ ଦୁଇଟି ଏତଲା କରିଛନ୍ତି । ଏହି କାରବାରରେ ପଚାଶ କୋଟି ଟଙ୍କାର ଡିଲ ହୋଇଛି ବୋଲି ଶ୍ରୀଜଗନ୍ନାଥଙ ସେନାର ଆବାହକ ଗଣମାଧ୍ୟମକୁ ପତିକ୍ରିୟା ଦେଇଛନ୍ତି । କିଛିମାସ ତଳେ ଓଡ଼ିଶା ପଶ୍ଚିମବଙ୍ଗ ଭଲ ପଡୁଥିଲା । ନିର୍ବାଚନ ପରେ ଏବେ ଦୁଇରାଜ୍ଯ ମଧ୍ଯରେ କେତେକ ପ୍ରସଙ୍ଗକୁ ନେଇ ଟଣାଓଟରା ଚାଲିଛି ।

ଓଡିଶାକୁ ଆଳୁ ବନ୍ଦ କରିବା ପରେ ଏବେ ପର୍ଯ୍ୟଟକଙ୍କୁ ବନ୍ଦ କରିବା ପାଇଁ ଭିତିରି ଯୋଜନା ଚାଲିଥିବା କୁହାଯାଉଛି । ଅନ୍ଯପକ୍ଷରେ ଗୋଟିଏ ବିଦେଶୀ ଧାର୍ମିକ ଅନୁଷ୍ଠାନ ପୁରୀରେ ଦ୍ବିତୀୟ ଜଗନ୍ନାଥ ମନ୍ଦିର କରିବା ଫେଲ ମାରିଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଶ୍ରୀମନ୍ଦିରର ଭିତର ଦୃଶ୍ଯକୁ ପଥର ଖୋଦେଇ ଆକାରରେ କରିବା ପାଇଁ ପ୍ରଭାବିତ କରି ଫେଲ ମାରିବା ପରେ ଏବେ ପଶ୍ଚିମବଙ୍ଗରେ ସଫଳ ହୋଇଛି । ଏ ସମ୍ପର୍କରେ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର,ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ବଳଭଦ୍ରଙ୍କ ବାଡଗ୍ରାହୀ ଶ୍ରୀମନ୍ଦିର ପ୍ରଶାସନଙ୍କ ନିକଟରେ ତାଙ୍କ ନିଜସ୍ବ ମତାମତ ଦେଇଛନ୍ତି ।

ନବକଳେବରେ ବଳକା ଥିବା ଦାରୁ କାହା ଦାୟିତ୍ବରେ ଥିଲା, କିଏ ନେଲା ଓ କେମିତି ନେଲା, ଚାବି କହା ପାଖରେ ଥିଲା ସେ ସମ୍ପର୍କରେ ମଧ୍ଯ ଖୋଳତାଡ ଚାଲିଛି । ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ଦାରୁଗୃହରେ ଦାରୁ ରଖାଯାଏ । ଦାରୁ ଗୃହର ଦାୟିତ୍ବ ସୁଆର ମହାସୁଆର ନିଯୋଗ ନେଇଥିଲା ଏବେ କିପରି ଦଇତାପତି ନିଯୋଗ ହାତକୁ ଆସିଛି ବୋଲି ଚର୍ଚ୍ଚା ହେଉଛି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ଦିଆଯିବନାହିଁ ବୋଲି ଅନେକ ଭକ୍ତ ସାମାଜିକ ଗଣମାଧ୍ୟମରେ ମତାମତ ଦେଇଛନ୍ତି । ଭାରତରେ ଚାରିଧାମ ରହିଛି । ସେଥିମଧ୍ଯରୁ ଜଗନ୍ନାଥ ଧାମ ଅନ୍ଯତମ । ଚାରିଧାମରେ ଚାରି ଶଙ୍କରାଚାର୍ଯ୍ୟ ରହିଛନ୍ତି ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ନରେଶ ଚନ୍ଦ୍ର ଦାଶ କହିଛନ୍ତି ସ୍କନ୍ଧ ପୁରାଣ ଓ ବ୍ରହ୍ମ ପୁରାଣରେ ପୁରୁଷୋତ୍ତମ ଧାମ ବା ଜଗନ୍ନାଥ ଧାମ ସଂପର୍କରେ ଶ୍ଲୋକ ରହିଛି ।

ଜଗନ୍ନାଥ ସଂସ୍କୃତିକୁ ହାଇଜାକ କରିବା ପାଇଁ ଏହା ଏକ ନୂଆ ଯୋଜନା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଶ୍ରୀମନ୍ଦିରରେ କେବଳ ଦାରୁବ୍ରହ୍ମରେ ବ୍ରହ୍ମ ସଂସ୍ଥାପନ କରାଯାଏ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ବୈଠକରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦପାଢୀ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର କମାଣ୍ଡର, ସୁପରଭାଇଜର, ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସମେତ ବରିଷ୍ଠ ସେବାୟତ ଯୋଗ ଦେଇଥିଲେ । ଆଜି ସଂଧ୍ଯାରେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୈଫିୟତ ତଲବ ନୋଟିସ କରାଯାଇଛି ସାତ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇ ନପାରିଲେ ମନ୍ଦିର ଆଇନ ଅନୁଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version