ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ନୟାଗଡ଼ :– ନୟାଗଡ଼ ପୋୖର ପରିଷଦ ପକ୍ଷରୁ ଜୁମ ଆପ୍ ମାଧ୍ୟମରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ-୨୦୨୦କୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଡା. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବାସଚନ୍ଦ୍ର ରାୟ ଡିଜିଟାଲ ସଭାର ଶେଷ ପର୍ଯ୍ୟନ୍ତ ଯୋଡିହୋଇ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସହରର ପାଖାପାଖି ୫୦୦ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିବା ସୂଚନା । ପୋୖର ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା ସ୍ୱାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ନୟାଗଡ଼ ସହରକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଅନେକ କାର୍ଯ୍ୟ ଚାଲିଥିବା ସୂଚନା ଦେଇଥିଲେ। ଜିଲ୍ଲାରେ କରୋନା ମୁକାବିଲା ଦିଗରେ ଜିଲ୍ଲା ପ୍ରଶାସନକୁ ମାନ୍ୟବର ମନ୍ତ୍ରୀ ଖୁବ ପ୍ରସଂଶା କରିଥିଲେ । (ରିପୋର୍ଟ ରାମ କୃଷ୍ଣ ରଥ)














