No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳ ବାହାରିଛି |ଚଳିତ ବର୍ଷ ଗଜପତି ଜିଲ୍ଲାରେ ପନ୍ଦର ଜଣ A1 ଗ୍ରେଡ଼ ପାଇଥିବା ବେଳେ ଆର, ଉଦୟଗିରି ବ୍ଲକରେ ପାଞ୍ଚ ଜଣ A1 ଗ୍ରେଡ଼ ପାଇ ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି | ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରିୟଙ୍କା ଗୌଡ଼ ବ୍ଲକରେ ସର୍ବାଧିକ 547 ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରଂଡିବା ହାଇସ୍କୁଲର ରୁଦ୍ର ପ୍ରସାଦ ପାଣିଗ୍ରାହୀ 546 ମାର୍କ ରଖି

ଦ୍ଵିତୀୟ କେ ଏମ ଭାଲିଆସାହି ହାଇସ୍କୁଲର ଅନିତା ଦଳାଇ 544 ମାର୍କ ରଖି ତୃତୀୟ ଚନ୍ଦ୍ରଶେଖର ଦଳାଇ 543 ମାର୍କ ରଖି ଚତୁର୍ଥ ସ୍ଥାନ ହୀରାବତୀ ରଇତ 541 ମାର୍କ ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି | ଜିଲ୍ଲା ଶିକ୍ଷାଧିକାରୀ ଡା ମାୟାଧର ସାହୁଙ୍କ ପ୍ରୟାସ କାର୍ଯ୍ୟକ୍ରମ A1 ଗ୍ରେଡ଼ ପାଇବାରେ ବହୁତ ସହାୟକ ହୋଇଛି ବୋଲି କୃତୀ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲା ଶିକ୍ଷ୍ୟଧିକାରୀ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି |

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଉତ୍କୃଷ୍ଟ ମାର୍ଗଦର୍ଶନ ଓ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳଙ୍କ ଉତ୍ତମ ପରାମର୍ଶ ଆଜି ସଫଳ କରାଇବାରେ ସାହାର୍ଯ୍ୟ କରିଛି ବୋଲି ଛାତ୍ର ଛାତ୍ରୀ ପ୍ରକାଶ କରିଛନ୍ତି | ଏତଦବ୍ୟତୀତ ଆର, ଉଦୟଗିରି ବ୍ଲକର ସମସ୍ତ ଶିକ୍ଷ|ବିତ ବୁଦ୍ଧଜିବି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
No Result
View All Result