No Result
View All Result
ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସରକାର ବଦଳିବା ପରେ ସରକାରୀ ଆଇନ କାନୁନ ନୀତି ନିୟମ କୁ ଦଳି ମକଚି ଭାଙ୍ଗୁଛନ୍ତି ଖୋଦ ସରକାରୀ କର୍ମଚାର ପଚାରିଲେ ବାର ପ୍ରକାର ଭିଙ୍ଗୀତ କରୁଛନ୍ତିଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିକିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଠାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କର ସୁରକ୍ଷା ପାଇଁରାଜ୍ୟ ରେ ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ, ଛୁଟି ରେ କୌଣସି ସ୍କୁଲ କଲେଜ ନ ଖୋଲିବା କୁ ରହିଛି କଡା ନିର୍ଦେଶ ।
ହେଲେ ରଣପୁର ବ୍ଲକ ଚମ୍ପାଗଡ଼ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ଭୁଆଁ ବୁଲାଇବା ପାଇଁ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ବ୍ୟାନର ରେ ରହିଛି ମାର୍ଚ୍ଚ ମାସ ୨୮ତାରିଖ।ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ଶତାଧିକ କୁନି କୁନି ଛାତ୍ର ଛାତ୍ରୀ।ଏଭଳି ଚିତ୍ର ଏବେ ଘୁରି ବୁଲିବାରେ ଲାଗିଛି ସୋସିଆଲ ମିଡିଆରେ। ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର କାଣ୍ଡି ବାବୁଙ୍କୁ ପଚାରିଲେ କହୁଛନ୍ତି ଆମେ କିଛି ଆୟୋଜନ କରିନାହୁଁ.. ଗାଁ ଲୋକ କରିଛନ୍ତି ପିଲା ଆସିଛନ୍ତି. ଗଣ୍ଡେ ଆଇଁଷ ଖାଇକି ଯିବେ।କିଛି ଅସୁବିଧା ନାହିଁ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର କାଣ୍ଡି।
No Result
View All Result