କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଉଠାଦୋକାନି ମହାସଂଘ ପକ୍ଷରୁ କଟକ ସହରରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ଅଭିଯାନ ବନ୍ଦ କରି ଭେଣ୍ଡି ଜୋନ ଯୋଗାଇ ଦେବାକୁ ଦାବି କରି କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ଦାବିପତ୍ର କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ସମୟରେ ଏକ ସଭାରେ ମହାସଂଘ ସଭାପତି ଅମରେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରି ଦୀର୍ଘଦିନ ହେଲା ସରକାରୀ ପ୍ରଶାସନ ଓ ମହାନଗର ନିଗମ କ୍ଷୁଦ୍ର ମଧ୍ୟମ ବ୍ୟବସାୟୀମାନଙ୍କ ଜୀବନ ଜୀବିକା ଉଜାଡି ଦେଇଥିବାରୁ ଉଦବେଗ ପ୍ରକାଶ କରିଥିଲେ ।
ତୁରନ୍ତ ଉଠା ଦୋକାନୀ ମାନଙ୍କୁ ଭେଣ୍ଡି ଜୋନ ରେ ଥଇଥାନ କରିବାକୁ ଦାବି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଣୀହାଟ ସଂଘ ପକ୍ଷରୁ ନିରଞ୍ଜନ ସାହୁ, ରତ୍ନାକର ସାହୁ,ସୁବଳ ସାହୁ, ମର୍କତ ନଗର ସଂଘର ନରୋତ୍ତମ ନାୟକ, ପ୍ରେସ ଛକ ସଂଘ ଇଶ୍ୱର ବେହେରା, ବାଦାମ ବାଡି ସଂଘ ପକ୍ଷରୁ ଛବି ଖୁଣ୍ଟିଆ,ନେନା ଦେହୁରୀ ପ୍ରମୁଖ ଵକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଯେପର୍ଯ୍ୟନ୍ତ ଭେଣ୍ଡି ଜୋନ ନହୋଇଛି ଉଛେଦ ବନ୍ଦ ରଖାଯାଉ। ବ୍ୟବସାୟ ବାଣିଜ୍ୟ କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରାଯାଇଥିଲା। ଭେଣ୍ଡି ଜୋନ ଯେ ପର୍ଯ୍ୟନ୍ତ ଉଠା ଦୋକାନୀ ମାନଙ୍କୁ ଯୋଗାଇ ଦିଆ ନଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଚେତାବନୀ ଦିଆଯାଇଥିଲା ।













