No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକି ବାତ ର ୧୨୧ ତମ ସଂସ୍କରଣ ରବିବାର ଦିନ ସିଏମସି ୫୬ ନମ୍ବର ୱାର୍ଡର ମା ନାଣ୍ଡିଆଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ତେଜେଶ୍ଵର ପରିଡ଼ା ମୁଖ୍ୟ ଅତିଥି, ନଗର ବିଜେପି ଉପ ସଭାପତି ସ୍ଵାଧୀନଚେତା ମହାନ୍ତି ମୁଖ୍ୟବକ୍ତା, ବିଜେପି ଗୋପାଳପୁର ମଣ୍ଡଳ ସଭାପତି ନିହାର ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ପ୍ରଧାନମନ୍ତ୍ରୀ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଘଟଣାକୁ ମନେପକାଇ ଦୁ଼ଃଖ ବ୍ୟକ୍ତ କରିଛନ୍ତି ।
ପୀଡ଼ିତ ଏବଂ ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ପିଡିତ ପରିବାରକୁ ନିଶ୍ଚିତ ନ୍ୟିୟ ମିଳିବ । ଏହା ସହିତ ଆତଙ୍କବାଦୀ ଙ୍କୁ ଖଡ଼ି ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭରସା ଦେଇଛନ୍ତି ବୋଲି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ । ବିଜେପି ପୂର୍ବତନ ସଭାପତି ସରୋଜ ଵେହେରା, ବାଉରୀବନ୍ଧୁ ଜେନା,ବସେ ପଣ୍ଡା, ମୃତ୍ୟୁଞ୍ଜୟ ନାୟକ, ରାଜେଶ ବେଉରା,ଚିଣ୍ଟୁ ଦଳେଇ, ବାଡି ପଟ୍ଟନାୟକ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।
No Result
View All Result