No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଟାଙ୍ଗୀ ନିକଟସ୍ଥ ଚାନ୍ଦପୁର ରାମଚଣ୍ଡୀ ମନ୍ଦିର ପରିସରରେ ଜାତୀୟ କଂଗ୍ରେସ ଦଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁକାନ୍ତ କିଶେର ସେନାପତି ଙ୍କ ଅଧ୍ୟକ୍ଷତାରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକ ପ୍ରାଥୀ ଭାବେ ଲଢିଥିବା ବିଭୁପ୍ରସାଦ ମିଶ୍ର, ବ୍ଲକ କଂଗ୍ରେସ ସଭାପତି ତଥା ରଣପୁର ଵାର ଆସୋସିଏସନ୍ ସଭାପତି ଶତୃଘ୍ନ ପାଇକରାୟ ଚାନ୍ଦପୁର ଜୋନ୍ ସଭାପତି ଭରତ ଚନ୍ଦ୍ର ରାଉତରାୟ ଚାନ୍ଦପୁର ଗ୍ରାମ ପଞ୍ଚାୟତ ସଭାପତି ପାର୍ଥସାରଥୀ ପାତ୍ର
ସଂପାଦକ ସୁଜିତ କୁମାର ସାହୁ ନାରୀନେତ୍ରୀ ପ୍ରତିମା ଜେନା ପ୍ରମୁଖ ଯୋଗଦେଇ ସର୍ବସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଅସୁବିଧା ରେ ସହଯୋଗ କରିବା ଡିଜିଟାଲ ଇଲେକ୍ଟ୍ରି ମିଟର ବସାଇବାକୁ ବିରୋଧ କରିବା ମାସିକ ବୈଠକ କରି ପଞ୍ଚାୟତର ଦୁର୍ନୀତି କୁ ବିରୋଧ କରିବା ସହିତ ବଜାର ଓ ରାସ୍ତା ରେ ସାଧାରଣ ଶୈଚାଳୟ ନଥିବା ସଂପର୍କରେ ଆଲୋଚନା କରିଥିଲେ।ପ୍ରାୟ ଶହେରୁ ଉର୍ଦ୍ଧ୍ବ କର୍ମୀ ବୈଠକରେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ବାଉରିବନ୍ଧୁ ବେହେରା,ଭାଗବତ ବେହେରା ରବୀନ୍ଦ୍ର ସେଠୀ, ନିତ୍ୟାନନ୍ଦ ସାହୁ ବଳରାମ ସାହୁ ବିଭୁତି ଭୁଷଣ ସାହୁ ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
No Result
View All Result