No Result
View All Result
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବାଣପୁର ବ୍ଲକ ଅନ୍ତର୍ଗତ ଵଡପଦର ଗ୍ରାମର ଶ୍ରୀ ଶ୍ରୀ ରଘୁନାଥ ଦେବ ରାମଲୀଳା ନାଟ୍ୟ ସଂସଦ ର ପ୍ରସିଦ୍ଧ ରାମଲୀଳା ଶହେ ବର୍ଷ ପୂର୍ତ୍ତି ଅବସରରେ ପାଳନ କରିବାକୁ ଯାଉଛି ଆଗାମୀ ମେ ୨ତାରିଖଠାରୁ ୬ ତାରିଖ ଯାଏଁ ପାଞ୍ଚ ଦିନ ବ୍ୟାପୀ ଶତବାର୍ଷିକୀ ଜୟନ୍ତୀ ଓ ରାମଲୀଳା ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ରାଜନେତା, ସାହିତ୍ୟିକ, ଆଧ୍ୟାତ୍ମିକ ବ୍ୟକ୍ତି ଵିଶେଷ ଓ ସାଂସ୍କୃତିକ ଦଳ ଯୋଗ ଦେଇ ମହୋତ୍ସବ କୁ ସାଫଲ୍ୟମଣ୍ଡିତ କରିବାପାଇଁ ମହୋତ୍ସବ କମିଟି ର ପ୍ରସ୍ତୁତି ବୈଠକରେ ଚୂଡାନ୍ତ ରୂପରେଖ ନିଆଯାଇଛି।
ସୂଚନାଯୋଗ୍ୟ ଯେ,ଦୀର୍ଘ ଶହେ ବର୍ଷର ଏହି ପୂରାତନ ନାଟ୍ୟାନୁଷ୍ଠାନ ପବିତ୍ର, ବୈଶାଖ ଅକ୍ଷୟ ତୃତୀୟା ଠାରୁ ରାମଲୀଳା ପରିବେଷଣ କରିଥାନ୍ତି।ଗ୍ରାମର ଆବାଳ ବୃଦ୍ଧ ବନିତା ଅତ୍ୟନ୍ତ ଧାର୍ମିକ ଚେତନା ଓ ନିଷ୍ଠା ର ସହଦୁଇ ସପ୍ତାହ ବ୍ୟାପୀ ଏହି ଯାତ୍ରାରେ ଅଂଶ ଗ୍ରହଣ କରି ଥାନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ଜନ୍ମ ଠାରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଅଭିନୀତ ଏହି ଯାତ୍ରା ଦେଖିବାକୁ ଅଞ୍ଚଳ ବାସୀଙ୍କ ର ପ୍ରଵଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ଯାତ୍ରା ର ମୁଖ୍ୟ ଆକର୍ଷଣ ହେଉଛି ଲୀଳା ରଚୟିତା ଅନଙ୍ଗ ନରେନ୍ଦ୍ର ଙ୍କ ରାମଲୀଳା କୁ ସୁଲଳିତ ପାରମ୍ପରିକ ସ୍ଵରରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ପରିବେଷଣ ସହ ଗାୟକ ଙ୍କ ର ଗାୟନ ଓ ଅଭିନେତା ମାନଙ୍କ ର ନ୍ରୃତ୍ୟ ସହ ଜୀବନ୍ତ ଅଭିନୟ।ସ୍ଥଳ ବିଶେଷରେ ପାତ୍ର ପାତ୍ରୀଙ୍କ ର ଉପଯୋଗୀ ସଂଳାପ ର ଅବତାରଣା।
ଯାତ୍ରା ଆରମ୍ଭ ପୂର୍ବ ରୁ ରାମ ଲକ୍ଷ୍ମଣ ସୀତା ହନୁମାନ ଙ୍କ ର ବେଶଭୂଷା ରେ ସୁସଜ୍ଜିତ ଅଭିନେତା ମାନଙ୍କୁ ଗ୍ରାମ ପରିକ୍ରମା କରାଇବା ପରେ ଯାତ୍ରା ସ୍ଥଳକୁ ଘଣ୍ଟ, ଘଣ୍ଟା, ମର୍ଦ୍ଦଳ ଧ୍ଵନି ମଧ୍ୟରେ ନିଆଯାଏ ଏଵଂ ଏହାପରେ ଲୀଳା ଅଭିନୟ ନିର୍ଦ୍ଧାରିତ ସମୟ ଯାଏଁ ଚାଲେ। ଗ୍ରାମ ର ପ୍ରତି ପରିବାର ର ସଦସ୍ୟ ବିଭିନ୍ନ ଚରିତ୍ର , ନାଟ୍ୟ କର୍ମୀ ପ୍ରତ୍ୟକ୍ଷ ଓ ପରୋକ୍ଷ ପରିଚାଳନା ରେ ଅଂଶ ଗ୍ରହଣ କରିଥାନ୍ତି। ବିଗତ ତିନି ପୀଢ଼ି ଧରି ଏହି ନାଟ୍ୟାନୁଷ୍ଠାନ ଗ୍ରାମର ଏକତା, ଭାଇଚାରା ଓ ପାରସ୍ପରିକ ସୈ।ହାର୍ଦ୍ୟ କୁ ସାଂସ୍କୃତିକ ବନ୍ଧନରେ ବାନ୍ଧି ରଖିଛି।
ମହୋତ୍ସବ କମିଟି ର ପ୍ରସ୍ତୁତି ବୈଠକ ଗ୍ରାମ ସଭାପତି ମକରଧ୍ବଜ ପଲେଇ ଙ୍କ ଅଧ୍ୟକ୍ଷତାରେ, କମିଟି ପରିଚାଳନା ଉପାଧ୍ୟକ୍ଷ ମନୋଜ ମୋହନ ବରାଳ, ସମ୍ପାଦକ ବିଜୟ କୁମାର ଗୁରୁ,ସହ ସମ୍ପାଦକ ବିଭୂତି ଭୂଷଣ ବରାଳ, ପରାମର୍ଶ ଦାତା ରାମଚନ୍ଦ୍ର ମହାରଣା, ଦୟାନିଧି ପଲେଇ, ଗୋବିନ୍ଦ ଚନ୍ଦ୍ର ନାୟକ, ପ୍ରଦୋଷ କୁମାର ଦାସ, ଦଣ୍ଡପାଣି ବରାଳ, ସଞ୍ଜୟ କୁମାର ମାଝୀ ତଥା ଗ୍ରାମ ବାସୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଏହାର ସଫଳ ରୂପାୟନ ପାଇଁ ବିଚାର ବିମର୍ଷ ସହ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଛନ୍ତି । ଉତ୍ସବ ର ଉଦଘାଟନୀ ଦିବସରେ ଉଦ୍ ଘାଟକ ଭାବେ ପ୍ରାକ୍ତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଯୋଗ ଦେଉଥିବା ବେଳେ ବିଭିନ୍ନ ଦିବସରେ ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ,
ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ନଗରପାଳ ମିଟୁ ନାୟକ ପ୍ରମୁଖ ଯୋଗ ଦେଉଛନ୍ତି । ଉଦ୍ ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଦିବସରେ ରାଜ୍ୟ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ଲୋକସଭା ସାଂସଦ ସମ୍ବିତ ପାତ୍ର ମୁଖ୍ୟ ବକ୍ତା, ରାଜ୍ୟ କ୍ରୀଡ଼ା, ଶିକ୍ଷା ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟ ବଂଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ ଵୋଧନ ଦେବା ର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟହ ସାଧାରଣ ସଭାପରେ ରାମଲୀଳା ପରିବେଷଣ ଅବଧି ମଧ୍ୟରେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ସାଂସ୍କୃତିକ ଵିଚିତ୍ରା ପରିବେଷଣ କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ।
No Result
View All Result