No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) – ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ‘ପଞ୍ଚାୟତ ମନିଟରିଂ ସିଷ୍ଟମ’ ଓ ‘ଇ-ପଞ୍ଚାୟତ ସଭା ପୋର୍ଟାଲ’ ଉନ୍ମୋଚ କରାଯାଇଛି।ସେହିପରି ବିଭିନ୍ନ ପ୍ରକଳ୍ପର ରେକର୍ଡ ପ୍ରସ୍ତୁତି, ମଞ୍ଜୁରୀ ଓ ଅନୁମୋଦନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ PPMS ପୋର୍ଟାଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚନହୋଇଯାଇଛି।କାର୍ଯ୍ୟ ଦକ୍ଷତାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ରାଜ୍ୟର ୬୧୩ଟି ଶ୍ରେଷ୍ଠ ଗ୍ରାମ ପଞ୍ଚାୟତକୁ ୩୨କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି।
ସେଥି ମଧ୍ୟ୍ୟ ରୁ ଟାଙ୍ଗୀ ବ୍ଲକର ଚାରୋଟି ଗ୍ରାମପଞ୍ଚାୟତ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତର ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି।ତାହା ହେଲା ଟାଙ୍ଗୀ, ଓଲସିଂହ, କୁହୁଡି ଓ ମଙ୍ଗଳାଯୋଡି।ଏହା ଜିଲ୍ଲା ସ୍ତରରେ ଆଜି ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟାକ୍ରମରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ, ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ସରପଞ୍ଚ ଓ ସମିତିସଭ୍ୟା ଙ୍କୁ ସମ୍ମାନିତ କରି ଚେକ୍ ପ୍ରଦାନ କରାଯାଇଥିଲା।
No Result
View All Result