No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସମ୍ପଡା ଜଙ୍ଗଲ ନିକଟରେ ନୂଆଗାଁ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଛି । ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ଆଲାହବାଦ ଜିଲ୍ଲା ମୁକୁନ୍ଦପୁର ଥାନା ତାଳପୁର ଗ୍ରାମର ଶିବମ ତିୱାରୀ, କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଗଣ୍ଡଗାଁ ଗ୍ରାମର ନବ ଦିଗଲ,କଂଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମାଜିପଡ଼ା ଗ୍ରାମର ନିଳାଞ୍ଚି ଦିଗଲ କନ୍ଧମାଳ ରୁ ଗଞ୍ଜେଇ ବସ୍ ଯୋଗେ ଆଣି ଭୁବନେଶ୍ୱର ଯିବା ପାଇଁ ନୂଆଗାଁ ଥାନା ସମ୍ପଡା ଜଙ୍ଗଲ ପାଖରେ ଓହ୍ଲାଇ ସେଠାରୁ ଅନ୍ୟ ଗାଡ଼ିରେ ଯିବାପାଇଁ ରହିଥିଲେ ।
ଖବର ପାଇ ନୂଆଗାଁ ଥାନା ପୁଲିସ ପହଞ୍ଚି ୯୨.୫୦ ଗ୍ରାମ ଗଞ୍ଜେଇ ସହ ଦୁଇଟି ମୋବାଇଲ ଫୋନ୍ ଜବତ କରିବା ସହ ଉପରୋକ୍ତ ୩ ଜଣଙ୍କୁ ଗିରଫ କରିଥିଲା । ନୂଆଗାଁ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ସୁନିତା ସାମନ୍ତରାୟ,ଏ ଏସ ଆଇ ଅଜିତ କୁମାର ରାଉତ,ମନୋଜ କୁମାର ପାତ୍ର, କନେଷ୍ଟ ବଲ ଜିତେନ୍ଦ୍ର କୁମାର ସାହୁ,ସୁଶାନ୍ତ କୁମାର ବିଶୋଇ, ଓ ଏ ପି ଏଫ ଏସ ମଲ୍ଲିକ ଚଢ଼ାଉ କରି ଗଞ୍ଜେଇ ,ଫୋନ୍ ସହ ତିନି ଜଣଙ୍କୁ ଗିରଫ କରିଥିଲେ । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ନୂଆଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ । ନୂତନ ଥାନା ଅଧିକାରୀଙ୍କ ଏହା ବଡ଼ ସଫଳତା ।
No Result
View All Result