ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ପଦ୍ମପୁର :– ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ବ୍ଲକରେ ହେବା ଫଳରେ ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । କୃଷି ବିଭାଗ ଦ୍ବାରା ଚାଷୀଙ୍କୁ ରିହାତି ମୂଲ୍ୟରେ କିଟନାଶକ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ପଦ୍ମପୁର କୃଷି ସୂଚନା କାର୍ଯ୍ୟାଳୟରେ ତାର ବ୍ୟତିକ୍ରମ ଦେଖୁବାକୁ ମିଲିଛି । ହଜାର ହଜାର ଚାଷୀଙ୍କ ଧାନ ଚାଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଲେ କେତେ ହାତ ଗଣତି କିଛି ଚାଷୀଙ୍କୁ ଔଷଧ ବଣ୍ଟନ କରାଯାଇଛି ତାହା ମଧ୍ୟ ଗୋଟିଏ କି ଦୁଇଟି ଯାହା ଗୋଟିଏ ଏକର ପାଇଁ କମ ପଡିବ । ସେହି ହାତଗଣତି ଚାଷୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଔଷଧ ପ୍ରଦାନ କରାଯାଇନାହିଁ ଅବଶ୍ୟକ ମୁତାବକ । ଔଷଧ ପାଇବା ଆଶାନେଇ ଆଶିଥିବା ହଜାର ହଜାର ଚାଷୀ ନିରାଶ ହୋଇ ଫେରିଛନ୍ତି ଘରକୁ ।
ଔଷଧ ଆସିବାଜାଏଁ ଅପେୟା କରିବେନି ତେଣୁ ବାହାରୁ ଔଷଧ କିଣିବା ପାଇଁ ବାଧ୍ୟ ହେବେ । ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ଏପରି ହଇରାଣ ହେଉଛନ୍ତି ବାରମ୍ବାର । ବାରମ୍ବାର ଚାଷୀଙ୍କୁ ଔଷଧ ପ୍ରଦାନ କରାଯିବ ବୋଲି ଅଧିକାରୀ ଚାଷୀଙ୍କୁ ଆଶ୍ବାସନା ଦେଉଛନ୍ଧି ଯାହାକୁ ଅପେକ୍ଷା କଲେ ଚାଷୀର ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବ । ଯେଉଁ ଔଷଧ ଦିଆଯାଇଛି ତାହା ପୁଣି ମାତ୍ର 25 ଦିନ ପରେ ଏକ୍ସାରୀ ହେଜିବ । ଅଫିସର ବାବୁଙ୍କ ବାରମ୍ବାର ଖାମଖିଆଳି ନୀତି ପାଇଁ ଚାଷୀମନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ କୋଣସି ଚାଷୀକୁ ରସିଦ ଦିଆଯାଉନାହିଁ, ତାର ପଇଠ କରିଥିବା ଟଙ୍କାର , ସେଥିରେ ମଧ୍ୟ ଅଫିସର ଚାଲାକୀ ଦେଖାଉଛନ୍ତି । ଯଦି କୋଣସି ଔଷଧ ଫେଲମାରେ ଏବଂ ଚାଷ ନଷ୍ଟ ହୁଏ ଅତି ସହଜରେ ଅଫିସର ନିଜ ମୁଣ୍ଡରୁ ଦୋଷ କାଢ଼ିନେବେ । ଏହାଶହ ସରକାରୀ ମୁଲ୍ୟରୁ କିଛି ଅଧିକଟଙ୍କା ନେଲେମଧ୍ୟ ଧରା ପଡିବେ ନାହିଁ ଅଫିସର । (ରିପୋର୍ଟ – ନିରୋଜ କୁମାର ପାଣୀ)