ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ଭୁବନେଶ୍ୱର :– ସାରା ରାଜ୍ୟ ଏବେ କରୋନା ସହ ଲଢୁ ଥିବା ବେଳେ ମନ୍ଥର ଗତି ରେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି । ଏସବୁକୁ ବାଦ ଦେଲେ କରୋନା ରାଜ୍ୟର ନେତା , ମନ୍ତ୍ରୀ ମାନଙ୍କୁ ଆକ୍ରାନ୍ତ କରିଛି । ଏହି ଭଳି ମହାମାରୀ କରୋନା ରେ ପୀଡିତ ଅଛନ୍ତି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ।
ମନ୍ତ୍ରୀ ଡ଼ ସାହୁ ଏ ନେଇ ନିଜେ ଟ୍ୱିଟର୍ ମାଧ୍ୟମ ରେ ରାଜ୍ୟକୁ ସୂଚନା ଦେଇଛନ୍ତି । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଗୃହ ସଙ୍ଗରୋଧ ରେ ଅଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ ନିଜ ନିଜର ପରୀକ୍ଷା କରି ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।