ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଏହି ବ୍ଲକ ଅନ୍ତର୍ଗତ ଆମଣାକୁଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନ ଶୁଣାଣି କରିଛନ୍ତି।ସମସ୍ତ ବିଭାଗୀୟ ଜିଲ୍ଲା ଓ ବ୍ଲକ ସ୍ତରରୁ ସାମିଲ ହୋଇ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମୋଟ ୫୨୩ ଗୋଟି ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବେଳେ ଏଥିରୁ ମାତ୍ର ୫ ଜଣଙ୍କ ଅଭିଯୋଗ ତତ୍କାଳ ବିଚାର କରାଯାଇ ନ୍ୟାୟ ଯୋଗାଇ ଦିଆଯାଇଛି।

ଅବଶିଷ୍ଟ ପଞ୍ଜୀକୃତ ଦରଖାସ୍ତ ମଧ୍ୟରୁ ୩୩ ଗୋଟି ସାମୁହିକ ସମସ୍ୟା ଥିବାରୁ ସେଗୁଡିକୁ ବିଚାର ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା। ରେଡକ୍ରସ ପାଣ୍ଠିରୁ ୧୦ ହଜାର ଓ ଅନ୍ୟ ୫ ଜଣଙ୍କୁ ୮୫ ହଜାର ତତକାଳ ସହାୟତା ପ୍ରଦାନ କରାଯାଇଛି। ଆଜିର ଜନ ଶୁଣାଣିରେ ଏ ଡି ଏମ୍ ରୁଦ୍ରପ୍ରସାଦ ମହାନ୍ତି,ଉପ ଜିଲ୍ଲାପାଳ ମନୋରଞ୍ଜନ ସାହୁ,ପି ଡି ଜ୍ୟୋତି ଶଙ୍କର ସାହୁଙ୍କ ସହିତ ବିଡ଼ିଓ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ,ତହସିଲଦାର କଳ୍ପନା ଦାସ,ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଜନସାଧାରଣଙ୍କ ସୁବିଧା ପାଇଁ ରାଜସ୍ବ,ସମନ୍ୱିତ ଶିଶୁ ବିକାଶ, ମିଶନ ଶକ୍ତି,ସାମାଜିକ ସୁରକ୍ଷା,ଯୋଗାଣ,ସ୍ବାସ୍ଥ୍ୟ ଓ ଗ୍ରାମ୍ୟ ଗୃହନିର୍ମାଣ ଓ କୃଷି ବିଭାଗ ତରଫରୁ ବିଭିନ୍ନ ଷ୍ଟଲ୍ ମାନ ଖୋଲାଯାଇଥିଲା। ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭାଗୀୟ ଅଧିକାରୀମାନଙ୍କୁ ସହଯୋଗ କରିଥିଲେ।
















