No Result
View All Result

ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ୧୬ ନମ୍ବର ଜାତୀୟ ରାଜପଥ ଚମ୍ପାଗଡ଼ ନିକଟରେ ଚଳନ୍ତା ସ୍କୁଟି ରେ ଲାଗିଲା ନିଆଁ। ନିଆଁ ଲାଗି ସ୍କୁଟି ଜଳି ପୋଡି ପାଉଁଶ। ସ୍କୁଟିରୁ ନିଆଁ ଲିଭାଇବାକୁ ଚେଷ୍ଟା କରି ଲୋକେ ବିଫଳ । ତେଣୁ ସ୍କୁଟି କୁ ଚାଳକ ଛାଡି ଘଟଣା ସ୍ଥଳରୁ ଫେରାର।
ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ଼ ନିକଟରେ। ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ସ୍କୁଟି । (OD-O5-D – 8516) 
ସ୍କୁଟି ରେ ଧୂଆଁ ହେବାରୁ ସ୍କୁଟି ଚାଳକ ସ୍କୁଟି ଅଟକାଇ ଷ୍ଟାଣ୍ଡ ମାରିଥିଲେ। ସ୍କୁଟି ଧୂଆଁ ରୁ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା. ଲୋକେ ନିଆଁ ଲିଭାଇ ବାକୁ ଚେଷ୍ଟା କଲା ପରେ ବି ଫଳ ଶୂନ ହେଲା। ସ୍କୁଟି ଚାଳକ ସ୍କୁଟି ଛାଡି ପଳାଇଗଲେ । ପ୍ରବଳ ଗରମ ଯୋଗୁଁ ଅଗ୍ନିକାଣ୍ଡ ର କାରଣ ହୋଇ ପାରେ ବୋଲି ସାଧାରଣରେ। ଅନୁ଼ମାନ କରାଯାଉଛି । 
No Result
View All Result