No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା କ୍ଷେତ ମଜଦୁର ୟୁନିୟନ ନେତୃତ୍ଵରେ ଆଜି କ୍ଷେତ ମଜଦୁର ଓ ଗ୍ରାମୀଣ ଶ୍ରମିକଙ୍କ ଏକ ଗଣ ବିକ୍ଷୋଭ ରଣପୁର ବ୍ଳକ ସମ୍ମୁଖରେ ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଆଠ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଏହିକି ସକାଳ ୯ ଟାରେ ରଣପୁର ନୂଆ ବସଷ୍ଟାଣ୍ଡ ଛକଠାରୁ କ୍ଷେତ ମଜଦୁର ମାନଙ୍କ ର ଏକ ଶୋଭାଯାତ୍ରା ବାହାରି ରଣପୁର ବ୍ଳକ ସମ୍ମୁଖ ରେ ବିକ୍ଷୋଭ ସଂଗଠିତ ହୋଇ ଥିଲା । ସାଥୀ କୁଳମଣୀ ପଲେଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ଯ ସରକାର ଙ୍କ ଗରୀବ ମାରଣା ନୀତିର ତୀବ୍ର ସମାଲୋଚନା କରିଥିଲେ।
ନିର୍ବାଚନ ବେଳେ ବିଜେପି ନେତୃତାଧୀନ ମୋଦୀ ଓ ମୋହନ ଙ୍କ ଡବଲ ଇଞ୍ଜିନି ସରକାର ଦେଇ ଥିବା ପ୍ରତିଶୃତି ଆଜି ପ୍ରତାରଣା ରେ ପରିଣତ ହୋଇଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ଉଭୟ ସରକାର ଜନ ବିରୋଧି ନୀତିରୁ ଓହରି ଆସି ପ୍ରତ୍ୟେକ ମୂଲିଆ ମଜୁରିଆ ଙ୍କୁ ମନରେଗା ଯୋଜନା ରେ ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ମଜୁରୀ ୬୦୦ ଟଙ୍କା,ସମସ୍ତ ମୂଲିଆଙ୍କୁ ଜବ କାର୍ଡ,ଭାଗଚାଷୀ ଙ୍କୁ ଚାଷୀର ମାନ୍ୟତା,ଜମି ହୀନ କୁ ଜମି ଓ ବାସହୀନ ଙ୍କୁ ସରକାରୀ ବାସ ଗୃହ ପାଇଁ ପାଞ୍ଚ ଲକ୍ଷଟଙ୍କା ,ସମସ୍ତ ଭତ୍ତା ହିତାଧିକାରୀ ଙ୍କୁ ୩୦୦୦ ଟଙ୍କା ଭତ୍ତା,୩୦୦ ୟୁନିଟ୍ ବିଦ୍ୟୁତ୍ ଛାଡ,
ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ସହ ବ୍ଳକ ରେ ଚାଲିଥିବା ସରକାରୀ ସୁବିଧାରେ ପାତର ଅନ୍ତର ବନ୍ଦ କରିବାକୁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ । ଏକ ପ୍ରତିନିଧି ମଣ୍ଡଳୀ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋରଞ୍ଜନ ବେହେରାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଙ୍କ ଉଦ୍ଦେଶ୍ଯ ରେ ଏକ ଆଠ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭ ସଭାରେ କ୍ଷେତ ମଜଦୁର ୟୁନିୟନ ର ରାଜ୍ୟ ନେତା ନିତ୍ୟାନନ୍ଦ ପରିଡ଼ା,ଜିଲ୍ଲା ସମ୍ପାଦକ ଦୁଃଶାସନ ଜେନା,କୂଳ ମଣି ପଲେଇ,ଶ୍ରମିକ ନେତା ସୁରେଶ ସ୍ଵାଇଁ,ମହିଳା ନେତ୍ରୀ ସଂଯୁକ୍ତା ସେଠୀ ଓ କୃଷକ ନେତା ରଜତ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ ।
No Result
View All Result