ବେଲପଡା, (ଓଡ଼ିଶା ତାଜା ନ୍ୟୁଜ୍) :- “ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ “ବଲାଙ୍ଗୀର ଜିଲ୍ଲା ବେଲପଡା ଅନ୍ତର୍ଗତ ବିଛୁବାହାଲି ଗାଁରେ ମହାସମାରୋହରେ ପାଳିତ ହୋଇଯାଇଛି ବିହନ ଛିନା ଯାତ୍ରା I ସର୍ବ ପ୍ରଥମେ ମାଟିଦେବତା, ଗଙ୍ଗାଦିବୁଢ଼ୀ, ଦୁଆରସନୀ,
ବୁଢ଼ୀ ମାଁଙ୍କୁ ପୂଜାର୍ଚ୍ଚନା କରି ଫୁଲପୁଷ୍ପ ଅର୍ପଣ କରାଗଲା I ଗାଁ ର ପ୍ରଜାମାନଙ୍କୁ ନେଇ ଗାଁର ପୂଜକ ଗୋନ୍ତିଆ ଅଇବଲ ମାଝୀ ଙ୍କ ନେତୃତ୍ୱରେ ଏହି ଉତ୍ସବ ପାଳିତ ହୋଇଯାଇଛି I ଝାଙ୍କର ଗୋପାଳ ମାଝୀ, ନରିଆ ଦଳ ଚନ୍ଦନ, ଶୁକ୍ରୁ ଚନ୍ଦନ ଏବଂ ଗାଁ କମିଟିର ସମ୍ପାଦକ ପିତାମ୍ବର ସେଠ ଓ ଗାଁର ଅନେକ ଭଦ୍ରବ୍ୟକ୍ତି ତଥା ମନମୋହନ ମାଝୀ,
ତୁଲାରାମ ମାଝୀ, ଟଙ୍କଧର ମାଝୀ, ଦେବାର୍ଚ୍ଚନ ମାଝୀ, ନାରାୟଣ ମାଝୀ, ଅମର ମାଝୀ, ସାଧୁ ମାଝୀ, କୁବେର ମାଝୀ, ଧରମସିଂ ମାଝୀ, ନିରଞ୍ଜନ ମାଝୀ, ଗମ୍ଭୀର ମାଝୀ ସହଯୋଗ କରିଥିଲେ I ସେମାନଙ୍କ ବିଶ୍ୱାସ ଯେ, ଇଷ୍ଟଦେବୀ ଯେଉଁ ଧାନ ବିହନ ଦିଅନ୍ତି ସେଥିରେ ପୋକ ଲାଗେ ନାହିଁ I ଆଦିମ ଜନଜାତିଙ୍କ ଆଦି ପରମ୍ପରା ପାଇଁ ଉତ୍ସବ ମୁଖର ପରିବେଶ I
















