No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଓକିଲ ସଂଘ ସଭାଗୃହରେ କୋର୍ଟ ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା ଚାଲିଥିଲା । ଏହି ସଭାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସାମ୍ବାଦିକ, ସାହି ମୁରବି ମାନେ ଉପସ୍ଥିତ ଥିଲେ । ବିଜେପିର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ପ୍ରତିବାଦକୁ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ।
ପୁରୀ ଲୋକମାନେ ନିର୍ବାଚିତ କରି ଯେଉଁ ବିଧାୟକଙ୍କୁ ବିଧାନସଭା ଛାଡିଛନ୍ତି ତାଙ୍କର ଦେଖାଦର୍ଶନ ନାହିଁ ବୋଲି ଶ୍ରୀଷଡଙ୍ଗୀ କହିଥିଲେ । ଏହାର ଠିକ୍ ପାଞ୍ଚ ମିନିଟ ପରେ ବିଧାୟକ ସୁନିଲ କୁମାର ମହାନ୍ତି ବୈଠକରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ କରିବା ସହ ଯେତେବେଳେ ଯେଉଁ ସମୟରେ ସଂଘ ଡାକିବ ସେ ଉପସ୍ଥିତ ରହିବେ ବୋଲି କହିଥିଲେ । ବିଧାୟକଙ୍କ ପାଣ୍ଠିରୁ ସଂଘ କାର୍ଯ୍ୟାଳୟର ଉନ୍ନତି ପାଇଁ ୩୦ଲକ୍ଷ ଟଙ୍କାର ଅନୁଦାନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଦୃଶ୍ଯ ଦେଖି ଆଇନଜୀବୀ ମାନଙ୍କ ମଧ୍ଯରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।
No Result
View All Result