No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୁନ୍ଦର ପୁର ବଙ୍ଗାଳି କଲୋନୀରେ ଛୁରା ମାଡ଼ ହୋଇଛି । ପୂର୍ବ ଶତ୍ରୁତା ରୁ ହୋଇଛି ଛୁରା ମାଡ଼ । ସାନ ଭାଇ କୁ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ଗାଳି କରୁଥିବା ବେଳେ ବଡ଼ ଭାଇ ବାରଣ କରିବାରୁ ବଡ଼ ଭାଇ କୁ ଛୁରା ମାଡ଼ କଲେ ଦୁର୍ବୁର୍ତ୍ତ । ଦାଣ୍ଡ ଦୁଆରେ ହୋଇଛି ଛୁରା ମାଡ।ଦୁର୍ବୁର୍ତ୍ତ ଙ୍କ ଛୁରା ମାଡ଼ରେ ବଡ଼ ଭାଇ ଗୁରୁତର ।
ଗୁରୁତରଙ୍କ ନାମ ହେମନ୍ତ ମଣ୍ଡଳ ବୟସ (୪୦ ବର୍ଷ) ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୁନ୍ଦର ପୁର କଲୋନୀ ରେ ବୋଲି ଜଣା ପଡିଛି । ହେମନ୍ତ ଙ୍କର ପେଟ ରେ ୪ ଟି ସ୍ଥାନରେ ଛୁରା ମାଡ଼ ହୋଇଛି. ହେମନ୍ତଙ୍କୁ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ୱର କୁ ସ୍ଥାନାନ୍ତର କରା ଯାଉଛି।ଛୁରା ମାଡ଼ କରି ଦୁର୍ବୁତ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଅଛି ।
No Result
View All Result