No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସନାତନ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ “ଉତ୍କଳ ବିଦ୍ୱତ୍ ପରିଷଦ” ପୁରୀରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । ଆଜି ଶ୍ରୀମନ୍ଦିର ନିକଟସ୍ଥ ଉତ୍ତରପାର୍ଶ୍ଵ ମଠ ନିକଟରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଉତ୍କଳ ବିଦ୍ୱତ୍ ପରିଷଦର ଅଧକ୍ଷ ମନୋଜ ରଥ, ଶ୍ରୀମହନ୍ତ ଉତ୍ତରପାର୍ଶ୍ଵ ମଠ, କଟକୀ ମଠ ,ରାମରତ୍ନ ରଘୁନାଥ ଆଶ୍ରମ, ଡ଼ଃ ବଳରାମ ଦାସ, ସମାଜସେବୀ ଜିତେନ୍ଦ୍ର ମହାପାତ୍ର ,
ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର, ବିରଞ୍ଚି ମିଶ୍ର, ସ୍ୱାଧୀନ ପଣ୍ଡା ରଞ୍ଜେଷ ସାହୁ, ଗଣେଶ ମହାସ୍ସୁଆର , ଦେବେନ୍ଦ୍ର ମହାରଣା, ଦିବ୍ୟରଞ୍ଜନ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ପୂଜନ କରିଥିଲେ । ଅଧକ୍ଷ ଶ୍ରୀ ରଥ କହିଥିଲେ “ଏହି ଆମ୍ବୁଲାନ୍ସ ସମ୍ପୂର୍ଣ ଅଣବ୍ୟବସାୟିକ ବ୍ୟବସ୍ଥା ହେବ । ସେବା ମନଭାବରେ ସାଧୁ, ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଏହି ସୁବିଧା ଉଦ୍ଧିଷ୍ଟ ଅଟେ ।
ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ ରହିଲେ ଆମ୍ବୁଲାନ୍ସର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି । ଉତ୍କଳ ବିଦ୍ୱତ୍ ପରିଷଦର ଏହି ଉଦ୍ୟମକୁ ଉପସ୍ଥିତ ସାଧୁ ସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଶଂସା କରିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା, କୋସାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ, ସଦସ୍ୟ ସିସେନ ପ୍ରତିହାରୀ, ଚନ୍ଦନ ବ୍ରହ୍ମା ଆଦି ପରିଚାଳନା କରିଥିଲେ । ଆମ୍ବୁଲାନ୍ସ ସେବା ପାଇବାକୁ ୭୭୪୯୦୭୫୭୧୫ ରେ ଯୋଗାଯୋଗ କରିବାକୁ ଅନୁରୋଧ ।
No Result
View All Result