ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କୋରାଇ :– କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତର ପାଟୁଳି ଗ୍ରାମର ରାଜିବକୁମାର ଜେନାଙ୍କ ଘରୁ ଏକ ବିଷଧର ସର୍ପ ସ୍ନେକ ହେଲ୍ପଲାଇନ ଦ୍ୱାରା ଉଦ୍ଧାର କରାଯାଇଛି । ଲଗାଣ ବର୍ଷାରେ ଜରିଆଡେ ଜଳମଗ୍ନ ହୋଇ ଯିବାରୁ ସାପଟି ତାଙ୍କ ଘରେ ପସି ଯାଇଥିଲା । ସାପଟିକୁ ଦେଖି ପରିବାର ଲୋକେ ଭୟଭିତ ହୋଇଯାଇଥିଲେ । ଏନେଇ ଯାଜପୁରରୋଡ ହେଲ୍ପଲାଇନ ସଦସ୍ୟ ମନିଭଦ୍ର ମଲ୍ଲିକଙ୍କ ଖବର ଦିଆଯାଇଥିଲା ।
ଫଳରେ ଶ୍ରେୀ ମଲ୍ଲିକ ତାଙ୍କ ସହଯୋଗୀ ହେମନ୍ତକୁମାର ଧୀରଙ୍କୁ ନେଇ ଘଟଣା ସ୍ଥଳେପହଂଚି ସାପଟିକୁ କୌଶଳକ୍ରମେ ସ୍ନେକଷ୍ଟିକ ସହାୟତାରେ ଧରିବାକୁ ସକ୍ଷମ ହୋଇଥିଲେ । ସାପଟି ଏକ ବିଷଧର (ତମ୍ପ)ସାପ ହୋଇଥିଲା ବେଳେ ତାର ଲମ୍ବ ପାଞ୍ଚଫୁଟ ହେବ । ସ୍ନେକ ହେଲ୍ପଲାଇନ ସଦସ୍ୟ ଶ୍ରୀ ମଲ୍ଲିକ ତାହାକୁ ଏକ ଅଖାରେ ଭର୍ତିକରି ବନବିଭଗକୁ ହସ୍ତାନ୍ତର ନିମନ୍ତେ ନେଇଯାଇଥିଲେ । ( ରିପୋର୍ଟ- ରଶ୍ମିରେଖା ମଲ୍ଲିକ )