No Result
View All Result
ଗାଁ ପରିମଳ ଧୋବା ତୁଠରୁ ଜାଣିବା ପରି ଜିଲ୍ଲା ରେ କେମିତି ସ୍ୱଚ୍ଛତା ଚାଲିଛି ତାହା ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ୱସ୍ତରୀୟ ସହର ପୁରୀ | ଗାଁ ପରିମଳ ଧୋବା ତୁଠରୁ ଜାଣିବା ପରି ଜିଲ୍ଲା ରେ କେମିତି ସ୍ୱଚ୍ଛତା ଚାଲିଛି ତାହା ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ଛାଇଲଡ ହେଲ୍ପ ଲାଇନ କାର୍ଯ୍ୟାଳୟ ସମ୍ମୁଖ ରୁ ଜାଣିହେବ | ଗତ ଦୁଇମାସ ତଳେ ଠିକାଦାର ଏହି ରାସ୍ତା କୁ ସମତୁଲ କରି ପ୍ଲାଷ୍ଟର କରିଥିଲେ | ହେଲେ ଏବେ ଅସରାୟ ବର୍ଷା ରେ ଏହି ରାସ୍ତା ରେ ପାଣି ଲହଡି ଭାଙ୍ଗୁଛି |

ଏହାସହ ପରିସ୍ରାଗାର ପାଣି ବେଳେବେଳେ ଉଛୁଳି ମିଶିଯାଉଛି | ଏହି ବାଟ ଦେଇ ପ୍ରତିଦିନ ଶହ ଶହ ଓକିଲ, ମୋହରିର, ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ କର୍ମଚାରୀ, କଚେରୀକୁ ଆସୁଥିବା ଜନତା ଏହି ବାଟେ ଗଲାବେଳେ ଇଟା ଉପରେ ପାଦ ରଖି ଯାଉଥିବା ପରିଲକ୍ଷିତ ହେଉଛି | ଠିକାଦାର ପାଣି ଗାଡ଼ିକାରୀ ନାଳ କୁ ଯିବା ବ୍ୟବସ୍ତା କରି ନ ଥିବାରୁ ଏଭଳି ଘଟଣା ଘଟୁଛି ବୋଲି ଆଲୋଚନା ହେଉଛି |

ଜିଲ୍ଲା ରେକର୍ଡ ରୁମ ଠାରୁ ଆରମ୍ଭ କରି ଘର ପାର୍ଶ୍ୱରେ ଗୋଟିଏ ବଡ ଓ ସିଧା ଡ୍ରେନ ସବ ରେଜିଷ୍ଟର, ପୋଷ୍ଟ ଅଫିସ ଦେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ କେତେକ ଆଇନଜୀବୀ ଦାବୀ କରିଛନ୍ତି | ଏହି ପରିସ୍ଥିତି ସାତଦିନ ହେଲାଣି ସୃଷ୍ଟି ହୋଇଥିଲେ ମଧ୍ୟ କାହାରି ଏଥିପ୍ରତି ଦୃଷ୍ଟି ନାହିଁ | ତୁରନ୍ତ ଏଠାରୁ ନଳା ଓ ବର୍ଷାପାଣି ନିଷ୍କାସନ ପାଇଁ ଜିଲ୍ଲପାଳ ଦୃଷ୍ଟି ଦେବା ପାଇଁ ଦାବୀ ଉଠିଲାଣି |
No Result
View All Result