ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସାମାଜିକ ଅନୁଷ୍ଠାନ ଦି ବେଲ ର ୪ର୍ଥ ପ୍ରତିଷ୍ଠା ଦିବସ ବଳିଆପଣ୍ଡା ଦାମୋଦର ରୋଡସ୍ଥିତ ଭାରତ ଯୋଗ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି | ବେଲ୍ ଉପାଧ୍ୟକ୍ଷ ତଥା ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ସ୍ବାଗତ କରିଥିଲେ | ଅନୁଷ୍ଠାନର ଅଧକ୍ଷ ସିଦ୍ଧାର୍ଥ ରାୟ ଅନୁଷ୍ଠାନ ସଦସ୍ୟ ମାନଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠା ଫଳରେ ଅଳ୍ପ ଦିନରେ ଦି ବେଲ୍ ଖାଲି ପୁରୀ ନୁହେଁ ଓଡିଶା, ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ପରିଚିତ ହୋଇପାରିଛି ବୋଲି କହିଥିଲେ ।
ଏଥି ସହିତ ଅନ୍ତର୍ଜାତୀୟ ମହୋଦଧି ଦିବସ ବେଳାଭୂମି ରେ ତିନି ଦିନ ଧରି ଆୟୋଜନ କରି ବେଶ ସଫଳତା ମଧ୍ୟ ପାଇପାରିଛି ବୋଲି ସୂଚନା ଦେଇ ଥିଲେ l ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜ କିଶୋର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଅନୁଷ୍ଠାନ କୋଷାଧ୍ୟକ୍ଷ ବନିତା ଦୀକ୍ଷିତ ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ଲବ୍ୟ ପାଠଶାଳା ର ଛାତ୍ରଛାତ୍ରୀମାନ ଙ୍କୁ ଫଳ, ମିଠା, ଚକଲେଟ, କାଜୁ, ବିସ୍କୁଟ ବଣ୍ଟନ କରାଯାଇଥିଲା l
ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା l ଏହି ବୈଠକରେ ବରିଷ୍ଠ ସଭ୍ୟସଭ୍ୟା, ଶୁଭେଛୁ ଯୋଗ ଦେଇ କିପରି ଏହି ଅନୁଷ୍ଠାନ ଆଗକୁ ଯାଇପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ |ଶେଷରେ ଅନୁଷ୍ଠାନ ବରିଷ୍ଠ ସଦସ୍ୟା ମିନତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l