No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗୁଣ୍ଡିଚା ମନ୍ଦିର ନିକଟ ଦଶାବତାର ମଠ ଠାରେ ନିଃଶୁଳ୍କ ଟଙ୍କ ତୋରାଣି ବିତରଣ ଶିବିର ଉଦଘାଟିତ ହୋଇଯାଇଛି | ଏହାକୁ ଉଦଘାଟନ କରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଲେ ପୁରୀ କୁ ପ୍ରତିଦିନ ହଜାର ହଜାର ପାର୍ଯ୍ୟଟକ, ତୀର୍ଥଯାତ୍ରୀ
ପୁରୀ ଆସିବା ସହ ଗୁଣ୍ଡିଚା ମନ୍ଦିର ନିକଟକୁ ଆସୁଛନ୍ତି |

ପ୍ରବଳ ଖରା ରେ ଏହି ଟଙ୍କ ତୋରାଣୀ ଆଶ୍ୱସ୍ତ ଆଣିଦେବ | ଏହା ଏକମାସ ଧରି ଚାଲୁ ରହିବ l ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ସହ ଏହି ଟଙ୍କ ତୋରାଣି ବିତରଣ ଶିବିର ରେ ଟଙ୍କ ତୋରାଣୀ ପିଇବା ପାଇଁ ଅନୁଷ୍ଠାନ ଅନୁରୋଧ କରିଛି | ଉଦଘାଟନୀ ଉତ୍ସବ ରେ ଟାଉନ ଥାନା ଆଇ ଆଇ ସି ଗୋକୁଳ ରଞ୍ଜନ ଦାସ, ସଦର ଥାନା ଆଇ ଆଇ ସି ସୁନୀଲ କୁମାର ପ୍ରଧାନ,

ଅନୁଷ୍ଠାନ ର ସଭାପତି ସନ୍ତୋଷ ସେନାପତି ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର. ବୀରେନ୍ଦ୍ର ଭୂଷଣ ହୋତା(ବରିଷ୍ଟ ନାଗରିକ ମଞ୍ଚ ସଭାପତି ଶରଧାବାଲି), ପ୍ରଶନ ଶତପଥି (ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ ଶରଧାବାଲି ) ଉପସ୍ଥିତ ଥିଲେ | ଅନୁଷ୍ଠାନ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା ଓ ବଣ୍ଟନ ରେ ସହଯୋଗ କରିଥିଲେ l ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |
No Result
View All Result