No Result
View All Result
ନିଶ୍ଚିନ୍ତକୋଇଲି (ଓଡ଼ିଶା ତାଜା ନ୍ୟୁଜ୍) :- ନିଶ୍ଚିନ୍ତକୋଇଲି ବ୍ଲକ ଉତରକୁଳ ଗ୍ରାମପଞ୍ଚାୟତ ମେହେନ୍ଦିପୁର ଅଞ୍ଚଳର ଧର୍ମପ୍ରାଣ ଶତାୟୁ ବ୍ୟକ୍ତିତ୍ଵ ସମାଜସେବୀ କୃଷ୍ଣଚନ୍ଦ୍ର ବେହେରାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୁତିସଭା ଅନୁଷ୍ଟିତ ହୋଇଯାଇଚ୍ଛି। ଶିକ୍ଷାବିତ୍ ମୁକ୍ତି ପ୍ରକାଶ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ସ୍ମୁତି ସଭାରେ ଅତିଥି ଭାବେ ମାହାଙ୍ଗା ବିଧାୟକ ଶ୍ରୀଜୁକ୍ତ ଶାରଦା ପ୍ରସାଦ ପ୍ରଧାନ,ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟା ପ୍ରତିଭା ସତପଥି,
ସମାଜସେବିକା ରାନୁଶ୍ରୀ ତରାଇ,କଟକ ଜିଲ୍ଲା ଗ୍ରାମୀଣ ବିଜେପି ସଭାପତି ରାମନାରାୟନ ମହାନ୍ତି, ଜିଲ୍ଲା ବିଜେପି ଉପସଭାପତି ନିର୍ମଳ ଦାସ,ପ୍ରାକ୍ତନ ସରପଞ୍ଚ ଦେବେନ୍ଦ୍ର ସାହୁ,ରମେଶ ଚନ୍ଦ୍ର ସ୍ବାଇଁ, ସମାଜସେବୀ ଅଶୋକ ସାହୁ, ସର୍ବେସ୍ୱର ନାୟକ,ମାନସ ଲେଙ୍କା, ପ୍ରିୟବ୍ରତ ମହାନ୍ତି,କିଶୋର ସ୍ବାଇଁ, ଶିକ୍ଷାବିତ୍ ରୋଶନ ରଥ,ସରପଞ୍ଚ ମିଲନ ଭୁୟାଁଙ୍କ ସମେତ ବହୁ ଲୋକ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ସ୍ୱର୍ଗତ କୃଷ୍ଣଚନ୍ଦ୍ରଙ୍କ ବହୁମୁଝି ପ୍ରତିଭା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
କୃଷ୍ଣଚନ୍ଦ୍ରଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପାର୍ଥନା କରିଥିଲେ । ଉକ୍ତ ସ୍ମୁତି ସଭା ପରିଚାଳନାରେ କୃଷ୍ଣଚନ୍ଦ୍ରଙ୍କ ପୁତ୍ରବଧୁ ତଥା ଉତରକୂଳ ପଞ୍ଚାୟତ ସରପଞ୍ଚ ଶୁଭାସିନି ବେହେରା,ପୁତ୍ର ସମାଜସେଵୀ ତଥା ବରିଷ୍ଟ ବିଜେପି ନେତା ପ୍ରଦିପ୍ତ କୁମାର ବେହେର ଓ ବନ୍ଧୁ ପରିବାରବର୍ଗ ପ୍ରମୂଖ ପୂର୍ଣ୍ଣ ସହଯୋଗ କରିଥିଲେ ।
No Result
View All Result