No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ଅଧୀନରେ ଥିବା ଝାର୍ଲିଙ୍ଗ୍ ଗ୍ରାମର ୨୫ ବର୍ଷ ର ବୋହୁ ଯୌତୁକ ନିର୍ଯାତନାରେ ଶିକାର ହୋଇଛନ୍ତି।ସୂଚନାଯୋଗ୍ୟ ଯେ ଗୁଡାରି ବ୍ଲକ୍ ଶିରୀଗୁଡା ଗ୍ରାମର ଲଷ୍ମୀକାନ୍ତ ପାତିକାଙ୍କ ଝିଅ ଶ୍ରୀ କଳ୍ପନା ପାତିକାଙ୍କୁ ରାମନାଗୁଡ଼ା ବ୍ଲକ୍ ଗୋଗୁପାଡୁ ପଞ୍ଚାୟତ ଝାର୍ଲିଙ୍ଗ୍ ଗ୍ରାମର ପଞ୍ଚାନନ ଲିମାଙ୍କ ପୁଅ ସୋମନାଥ ଲିମାଙ୍କୁ କରି ୯ ବର୍ଷ ତଳେ ପ୍ରେମ ବିବାହ କରିଥିଲେl କଳ୍ପନା ଙ୍କ ୬ବର୍ଷର ପୁଅ ଓ ୩ ବର୍ଷ ଝିଅ ଦୁଇଟି ସନ୍ତାନ ପରେ ତୃତୀୟ ସନ୍ତାନ ୨ ମାସ ଚାଲିଥିବା ବେଳେ ଜାଣିଶୁଣି ଯୌତୁକ ନିର୍ଯାତନା ରେ ଶଶୁର ପଞ୍ଚାନନ ଳିମା,
ଭାଗ୍ୟ ଲିମା ଓ ସୁବାସିନୀ ଲିମା ମିଶି କଳ୍ପନା ସ୍ୱାମୀର ଘରେ ଉପସ୍ଥିତି ନଥିବାର ସୁଯୋଗ ନେଇ ତୃତୀୟ ସନ୍ତାନ ନଷ୍ଟ କରିବା ନିମନ୍ତେ ଏହିଭଳି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି l ପୀଡିତା କଳ୍ପନା ଲିମା ଓ ତାଙ୍କ ପରିବାର ବାପା, ମା ଭାଇ ସୁଶାନ୍ତ ପାତିକା ଶହ ୩ଟା ସମୟ ରେ ରାମନାଗୁଡ଼ା ଥାନା ପହଞ୍ଚି ଅଭିଯୋଗ ଜଣାଇଥିଲେ କିନ୍ତୁ ପୁଲିସ ଅଧିକାରୀ ମାନେ ଜାଣିଶୁଣି କେଶ୍ କୁ ଝୁଲାଇବା ପାଇଁ ରାତ୍ର ୧୦:୩୦ ସମୟ କରିଥିବା ଅଭିଯୋଗ କରିଥିଲେ l ଆଇ.ପି.ସି ୧୮୬୦ ଧାରା-୪୯୮-ଏ , ଧାରା-୩୨୩ , ଧାରା-୨୯୪ , ଧାରା-୫୦୬ , ଧାର-୩୪ରେ ମାମଲା ରୁଜୁକରି ପୀଡିତା ଓ ତାଙ୍କ ପରିବାରଙ୍କୁ ରାତ୍ର ୧୦:୩୦ରେ ଘରରକୁ ଫେରାଇ ଦେଇଥିବା ଦେଖିବାକୁ ମିଳିଥିଲା l
ଜଣେ ପୀଡିତା ଅଭିଯୋଗ କରିବାକୁ ରାମନାଗୁଡ଼ା ଥାନାକୁ ଗଲେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ପୀଡିତା ଓ ତାଙ୍କ ପରିବାର ମତ ରଖିଥିଲେ l ବର୍ତ୍ତମାନ ର ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗକୁ ସାଧାରଣ ଲୋକଙ୍କୁ ସମ୍ମାନ ର ସହ ନ୍ୟାୟ ଦେବାରେ ଆଗଭର ହୁଅନ୍ତୁ ବୋଲି କହୁଥିବା ବେଳେ ରାମନାଗୁଡା ଥାନାରେ କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶକୁ ଫୁ କରି ଅବମାନନ କରିବା ଦେଖିବାକୁ ମିଳିଥିଲା l ଏହି ଘଟଣା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଛବିଳ ଲିମାଙ୍କୁ ରାମନାଗୁଡ଼ା ଥାନା ଏ.ଏସ୍.ଆଇ ଜଗନ୍ନାଥ ବେହେରା ନାଲି ଆଖି ଦେଖାଇ ପରିଚୟ ପତ୍ର ମାଗିବା ସହ ପୁରା ଠିକଣା ଲେଖି ରଖିଥିବା ଦେଖିବାକୁ ମିଳିଥିଲା l
ପୋଲିସ କେଶ୍ ଆକ୍ସନ ନ ନେଲେ ସାମ୍ବାଦିକ ନ୍ୟୂଜ୍ କରିବ କିନ୍ତୁ ତା ପୂର୍ବରୁ ନ୍ୟୂଜ୍ କରିବାର ଅଧିକାର ନାହିଁ ବୋଲି ଏ.ଏସ୍.ଏସ୍.ଆଇ ଜଗନ୍ନାଥ ବେହେରା କହିଥିଲେ lଜଣେ କାର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ବାବୁ ଏହିଭଳି ଆଚରଣ କରନ୍ତି ତେବେ ସାଧାରଣ ଜନତାଙ୍କୁ କିଭଳି ବ୍ୟବହାର କରୁଥିବେ ଏହି ଘଟଣା ରୁ ତାହା ସ୍ପଷ୍ଟ ଜଣାପଡୁଛି ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମୋହଳରେ ଚର୍ଚ୍ଚାର ବିଷୟ ପାଲଟିଛି l ପୀଡିତା କଳ୍ପନା ପାତିକାଙ୍କୁ ରାମନାଗୁଡ଼ା ପୋଲିସ କେବେ ଓ କିଭଳି ଭାବେ ନ୍ୟାୟ ପ୍ରଦାନ କରିବେ ନା ନିରୀହ ଗରିବ ଲୋନ ମାନଙ୍କୁ ନାଲିଆଖି ଦେଖାଇ କେଶ ରଫାଦଫା କରି ଦେବାକୁ ଧମକ ଦେବେ ତାହା ଦେଖିବାକୁ ବାକି ରହିଲା l
No Result
View All Result