ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ରବିବାର ) କଟକ :– କଟକ ସହରରେ ଖୁଦୁରୁକୁଣି ମେଲଣ ପାଇଁ ଜନ ଗହଳି ଅଞ୍ଚଳ ଗୁଡ଼ିକ ଏବେ ଶୂନଶାନ୍ ପଡିଯାଇଛି । ବହୁ ଯାକଯାକମ ରେ ପାଳିତ ହେଉଥିବା ଚାଉଳିଆଗଞ୍ଜ ର ପ୍ରସିଦ୍ଧ ଖୁଦୁରୁକୁଣି ମେଲଣ ଯାତ୍ରା ଏ ବର୍ଷ ବନ୍ଦ ରହିବ । ସରକାର ଙ୍କ କୋଭିଡି କଟକଣା ଓ ହାଇକୋର୍ଟ ର ନିର୍ଦେଶ ଅନୁସାରେ ମେଲଣ ଯାତ୍ରା ରେ କୌଣସି ଜନ ସମାଗମ ନହୋଇ ବାଦ୍ୟ , ପ୍ରସଶନ କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।
ଫିକା ପଡିଯାଇଛି ଏ ବର୍ଷ ର ମେଲଣ ଯାତ୍ରା । ଦେଢ ଶହରୁ ଅଧିକ ବର୍ଷ ଧରି ପାଳନ ହେଇ ଆସୁଥିବା ଏହି ଯାତ୍ରା ଚଳିତ ବର୍ଷ କରୋନା କଟକଣା ସ୍ଥିତିରେ ଆୟୋଜନ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଯାଉଛି। ଆଜି ଶେଷ ରବିବାର ମା ଖୁଦୁରୁକୁଣି ପୁଜା ର ଶେଷ ଦିନ ସହରରେ ବିଭିନ୍ନ ସାହି ସମେତ ସହର ବାହାରୁ ବି ବହୁସଂଖ୍ୟକ ଲୋକ ଆସିଥାନ୍ତି । ଭାଲୁକୁଣି ଓଷା ର ଶେଷ ଦିନ ର ଦୁଇ ଦିନ ପରେ ମେଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ବୁଧବାର ଦିନ ମେଲଣ ଥିବାରୁ ଘରେ ଘରେ ମାଛ ମାଂସ , ପିଠାପଣା ସହିତ ବିଭିନ୍ନ ସୁସ୍ବାଦୁକର ଖାଦ୍ୟ ତିଆରି ହୁଏ । ବିଭିନ୍ନ ସାହି ରେ ‘ମା’ ଙ୍କର ସୁନା ରୁପା କାରୁକାର୍ଯ୍ୟ ରେ ମେଢ ସଜ୍ଜାସଜି ହୋଇଥାଏ । ଏହା ମଧ୍ୟ ଲୋକଙ୍କୁ ଅଧିକ ଆକର୍ଷଣ କରିଥାଏ । ଚାଉଳିଆଗଞ୍ଜ ଅଞ୍ଚଳରେ ୧୭ ଟି ସ୍ଥାନରେ ମା’ଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ । ହେଲେ ଚଳିତ ବର୍ଷ ଏହି ଉତ୍ସବ କୁ ନେଇ ଆଶାଆଶଙ୍କା ଦେଖାଦେଇଛି । ସମସ୍ତ ଙ୍କ ମନ ଫିକା ପଡ଼ି ଯାଇଛି । (ରିପୋର୍ଟ ରଶ୍ମିତା ମହାପାତ୍ର)