ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ରବିବାର ) କଟକ :– ଖୁଦୁରୁକୁଣୀ ଓଷା ର ଆଜି ଶେଷ ରବିବାର ରେ କଟକ ମହାନଦୀ ବିହାର ର ନଦୀକୂଳ ସଅରଗଡା ସାହିର କିନ୍ନର ମାନେ ବହୁ ଧୁମ ଧାମ୍ ରେ ମା ଭାଲୁକୁଣୀ ମୂର୍ତ୍ତି ସମ୍ମୁଖ ରେ ହୋମ କରି ପୂଜା ଅର୍ଚ୍ଚନା କରିଥିଲେ । ସେହି କିନ୍ନର ସଂଘ ର ୩୦ ,୩୫ ଜଣ ସଦସ୍ୟ ମାନେ ସମୂହ ସମସ୍ତ କଟକଣା କୁ ମାନି ଭକ୍ତି ଭାବେଗ ରେ ମା ଙ୍କ ପୂଜା କରିଛନ୍ତି ।
ମା’ ଙ୍କୁ ନୂଆଶାଢ଼ୀ ପରିଧାନ କରାଇ ସୁନା ରୂପା ର ଗହଣା ରେ ସଜାଇ ଭକ୍ତି ର ସହକାରେ ପୂଜା କରିଥିଲେ । ଓଡ଼ିଆ ଘରର ବହୁ ଲୋକ ଚର୍ଚ୍ଚିତ ଓଷା ଏହି ଖୁଦୁରୁକୁଣୀ ପୂଜା ସମସ୍ତ ଭଉଣୀ ମାନେ ନିଜ ନିଜର ଭାଇ ମାନଙ୍କ ପାଈଁ ଶୁଭ ଆଶିଷ କାମନା କରି ପୂଜା କରିଥାନ୍ତି ।
ଓଡିଶାର କୋଣ ଅନୁକୋଣ ରେ ଏହି ପର୍ବ ଲୋକ ଚର୍ଚ୍ଚିତ ଥିବା ବେଳେ ସମଗ୍ର ରାଜ୍ୟର ଭାଇ ମାନଙ୍କ ର ଶୁଭ ମନାସି କିନ୍ନର ସଂଘ ଭାଲୁକୁଣୀ ଓଷା ନୀତି ନିୟମ ସହକାରେ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି କିନ୍ନର ସଂଘର ସଭାପତି ତନୁସି ବେହେରା ଙ୍କ ସମେତ ଚାନ୍ଦିନି କିନ୍ନର୍ ଚୁଈଁନା କିନ୍ନର୍ ମିକି କିନ୍ନର୍ ସୋନି କିନ୍ନର୍, କୁସୁମୁ କିନ୍ନର୍ ସୋନାଲି କିନ୍ନର୍ ଭାଲୁକୁଣୀ ମା ଙ୍କର ପୁଜା ଆୟୋଜନ କରିଥିଲେ ।( ରିପୋର୍ଟ ରଶ୍ମିତା ମହାପାତ୍ର )