No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ଶ୍ରୀକ୍ଷେତ୍ରରେ ଚାଲିଥିବା ବୃହତ ତ୍ମୁକ୍ତାକାଶ ଯାତ୍ରା ସାହିଯାତ ର ଆଜି ପଞ୍ଚମ ଦିନ | ଆଜି ଗୁରୁବାର ଦୟଣାଚୋରି ପାଇଁ ସାହିଯାତ ବନ୍ଦ ଅଛି | ଆସନ୍ତାକାଲି ସୀତାଚୋରି ସାହିଯାତ ଅନୁଷ୍ଠିତ ହେବ | ଶ୍ରୀରାମଙ୍କବନବାସ ଯାତ୍ରାର କଥାବସ୍ତୁର ଅବତାରଣାହୋଇଛି। ଗତକାଲି ଶ୍ରୀରାମ ରାଜସୁଖ କୁ ତ୍ୟାଗ କରି ପିତୃସତ୍ୟ ପାଳନ ପାଇଁ ଶ୍ରୀରାମ ବନବାସ ଯିବା ଦୃଶ୍ୟ ବେଶ ମନ ମୁଗ୍ଧକର ହୋଇଥିଲା | ଆସନ୍ତାକାଲି ସୀତାଚୋରି ସାହିଯାତ ଅନୁଷ୍ଠିତ ହେବ | ଅନୁଜ ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ସହ ବନବାସ ଯାତ୍ରା କରିଥିଲେ |

ଗତକାଲି ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ମାର୍କଣ୍ଡେଶ୍ଵରସାହିର ଭଗବତୀକୋଟ ଆଖଡା ପକ୍ଷରୁଯାତ ବାହାରି ସାହି ପରିକ୍ରମା କରିଥିଲା।ସନ୍ଧ୍ୟା ଧୂପ ପରେ ଦକ୍ଷିଣୀଘର ପୂଜା ହୋଇ ମାର୍କଣ୍ଡେଶ୍ଵର ସାହିର ରାହସମହାନ୍ତିଜାଗା, ଭଟ୍ଟଜାଗା, ଝାଟି ଜାଗା, ସାତବଖରାଜାଗା, ଗଦାସାହାଣ ବଡ଼ପୋଖରୀ ଜାଗା,ପାଣ୍ଡଜାଗା, ଦୁଆରିଜାଗା, ବଡୁ ମହାପାତ୍ରଜାଗା ରୁ ଯାତ ବାହାରିଥିଲା |ପରମ୍ପରା ମୁତାବକ ପଟୁଆର ଦଳ ଏହି ନିର୍ଦ୍ଦିଷ୍ଟ ଦିନ ମର୍ଯ୍ୟାଦା ପୁରୁଷଙ୍କ ବନବାସ ଯୋଗୁ ଦୁଃଖରେ ନିରବ ଶୋଭାଯାତ୍ରା ବାହାରିବ |

ଯାତରା କୁ ଆକର୍ଷଣୀୟ କରିବାପାଇଁ ମାର୍କଣ୍ଡେଶ୍ଵର ସାହି ଆଖଡ଼ା ପକ୍ଷରୁମେଢ଼ ମଧ୍ୟ ବାହାରିଥିଲେ। ରାମ, ଲକ୍ଷ୍ମଣ ଓ ସୀତାଙ୍କ ସମେତ ବୀରକର୍ଣ୍ଣ,ଦୁର୍ଗାମେଢ଼,କାଳୀମେଢ ଓ ନାଗା ମେଢ଼ ବେଶ ଆକର୍ଷଣୀୟ ହୋଇଥିଲା । ୧୧ ତାରିଖରେ କୁଣ୍ଢେଇବେଣ୍ଟଏଥି ସହ କିଛି ନିଆରା ଚରିତ୍ର ଦେଖିବାକୁ ମିଳିବ | ଲକ୍ଷ୍ମଣ ଓ ସୀତାଙ୍କ ବେଶରେ ବନବାସ ଲକ୍ଷ୍ମଣ, ସୀଡା ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ।
No Result
View All Result