
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ରବିବାର ) ମାହାଙ୍ଗା :– ମାହାଙ୍ଗା ର ବିଧାୟକ ତଥା ଓଡିଶାର ମାନ୍ୟବର ନଗର ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି ମାହାଙ୍ଗା ବ୍ଲକ ର ବନ୍ଯା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସି ପରିସ୍ଥିତି ବୁଲି ଦେଖିଥିଲେ ।

ଏହି ଅବସରରେ ସେ ବାସୁଦେବପୁର ପଞ୍ଚାୟତ ର କଉଡୁକୋଲ, ମୂଳବସନ୍ତ ପଞ୍ଚାୟତ ର ସିପୁରା, କୁସୁପୁର ଓ କୋଳିଅଠା ପ୍ରଭୃତି ଅଞ୍ଚଳରେ ଗସ୍ତ କରି ବନ୍ଯା ରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହ ଲୋକଙ୍କ ଠାରୁ ସେମାନଙ୍କ ର ଅସୁବିଧା ପଚାରି ବୁଝିଥିଲେ । ଏବେବି ପାଣି ଘେରରେ ଥିବା କଉଡୁକୋଲ ଗ୍ରାମ ର କେତେକ ଙ୍କୁ ସାକ୍ଷାତ କରି ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ସମ୍ବାଦିକ ମାନଙ୍କୁ ସାକ୍ଷାତ ଦେଇ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବା ସହ ସମସ୍ଯା ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି କହିଥିଲେ। ଆହୁରି ମଧ୍ଯ ଆଜିର ଗସ୍ତ ପରେ ପରବର୍ତ୍ତୀ ସହାୟତା ଓ ବନ୍ଯା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ମତ ଦେଇଥିଲେ। (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)
















