No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀଜିଲ୍ଲା ସ୍କୁଲ ର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର ଙ୍କ ପଦୋନ୍ନତି ହୋଇଥିବା ସୂଚନା ପାଇ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ, ସ୍କୁଲ ପରିଚାଳନା କମିଟି ର ସଦସ୍ୟମାନେ ଫୁଲତୋଡ଼ା ଦେଇ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି | ଶ୍ରୀମତୀ ମିଶ୍ର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍କୁଲ ର ଉନ୍ନତି, ରକ୍ଷଣାବେକ୍ଷଣ,
ଛାତ୍ରଛାତ୍ରୀ ଙ୍କ ବୌଦ୍ଧିକ ଉନ୍ନତି, ପରିମଳ ଉନ୍ନତି, ଖେଳପଡିଆ ଉନ୍ନତି, ଉତ୍ତମ ବ୍ୟବହାର, ପରୀକ୍ଷା ପରିଚାଳନା ରେ ଦକ୍ଷତା ସହ କାର୍ଯ୍ୟକାରୀ ପ୍ରଶଂସିତ ହୋଇଛନ୍ତି | ଶ୍ରୀମତୀ ମିଶ୍ର ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, କଟକ ରେ ଡେପୁଟି ସେକ୍ରେଟାରୀ ଭାବେ ଯୋଗଦେବେ | ଏହା ଶୁଣି ସ୍କୁଲରେ ଆନନ୍ଦ ର ଲହରୀ ଖେଳିଯାଇଛି | ଖୁବ ଶୀଘ୍ର ତାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ମିଳିଛି |
No Result
View All Result