ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଶାନ୍ତିପ୍ରିୟ ଶ୍ରୀକ୍ଷେତ୍ରରେ ଶ୍ରୀରାମ ନବମୀ ଅବସରରେ ସିଂହଦ୍ଵାର ପତିତପାବନଙ୍କ ସମ୍ମୁଖରେ ଏକ ଲଜ୍ଯାଜନକ ଘଟଣା ଘଟିଯାଇଛି । ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକା ଲିନୁ ନାୟକଙ୍କୁ ୧୦ରୁ ଉର୍ଦ୍ଧ୍ବ ସେବକ ବେଶଧାରୀ ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଠେଲାପେଲା ଓ ଆକ୍ରମଣ କରିବାରୁ ଲିନୁ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସହିତ କ୍ୟାମେରାମ୍ୟାନ ଶିବ ପଲେଇ, ଚନ୍ଦ୍ରଶେଖର ଓମ ପାତ୍ର, ପିଣ୍ଟୁ ସାହୁ, ସାଗର ମଲ୍ଲିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ସେବକ ବେଶଧାରୀ ଯୁବକଙ୍କ ଔଦ୍ଧତ୍ୟ ର ସୀମା ଉଲ୍ଲଘଂନ କରିଥିଲେ ବୋଲି ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀରାମ ନବମୀ ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନେ କର୍ତ୍ତବ୍ଯରତ ଥିବା ସମୟରେ ଏଭଳି ଆକ୍ରମଣ ହୋଇଥିଲା । ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ କୁ ଏହା କୁଠାରଘାତ କରୁଛି | ଏ ସମ୍ପର୍କରେ ସାମ୍ବାଦିକା ଲିନୁ ନାୟକ ଓ ପିଣ୍ଟୁ ସାହୁ ସିଂହଦ୍ଵାର ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କର ମୋବାଇଲ ଓ କ୍ଯାମେରା ଭାଙ୍ଗିଦେବା ସହ ଠେଲାପେଲା ଓ ଆକ୍ରମଣ କରିଥିଲେ ।