No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ଆଜିଠାରୁ ଦୁଇଦିନିଆ ସେବକ ପ୍ରଶିକ୍ଷଣ ଶିବିର ତଥା ଆଲୋଚନାଚକ୍ର ନୀଳାଦ୍ରି ଭକ୍ତନିବାସ ଠାରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଙ୍କ ଉପସ୍ଥିତିରେ ଏହି ଆଲୋଚନାଚକ୍ର ଉଦଘାଟନ ହୋଇଥିଲା । ଏହି ଅବସରରେ ନିଜ ବକ୍ତବ୍ଯ ରଖି ମୁଖ୍ଯ ପ୍ରଶାସକ ସମସ୍ତ ସେବକମାନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ସହଯୋଗ ସକାଶେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥି ସହ ଉତ୍ତମ ସେବକଙ୍କ ଲକ୍ଷଣ ଭାବେ ଦଶଟି ବିନ୍ଦୁ ଉପରେ ଗୁରୁତ୍ବାରୋପ କରିଥିଲେ ମୁଖ୍ଯ ପ୍ରଶାସକ।
ସେଗୁଡିକ ହେଲା- ସମର୍ପଣ, ପବିତ୍ରତା, ଶୃଙ୍ଖଳା, ଜ୍ଞାନ, ଉତ୍ତରଦାୟିତ୍ଵ, ଦଳଗତ ମନୋଭାବ, ଅନ୍ୟଙ୍କୁ ସମ୍ମାନ, ନିସ୍ବାର୍ଥପରତା, ଧୈର୍ଯ୍ଯ ଏବଂ କୃତଜ୍ଞତା । ଏହି ପ୍ରଶିକ୍ଷଣ ତଥା ଆଲୋଚନାଚକ୍ର ପ୍ରତ୍ୟହ ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା 7 ଘଟିକା ଯାଏଁ ଚାଲିବ। ଏଥିରେ ବିଭିନ୍ନ ବିଷୟ ଉପରେ ଆଲୋଚନା ତଥା ଭାବବିନିମୟ ହେବ । ପ୍ରଥମ ଦିନର ବିଷୟ ଉତ୍ତମ ସେବକର ଲକ୍ଷଣ,ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି ଓ ସେବା ଓ ସେବକ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା | ଆସନ୍ତାକାଲି ଶୃଙ୍ଖଳିତ ଦର୍ଶନରେ ସେବକଙ୍କ ଭୂମିକା, ଉତ୍ତମ ଯାତ୍ରୀ ପରିଚର୍ୟା ଓ ପ୍ରଶାସନ ଓ ସେବକଙ୍କ ମଧ୍ଯରେ ସମନ୍ଵୟ ଉପରେ ପ୍ରଶିକ୍ଷଣ ଦିଆଯିବ l
No Result
View All Result