No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବଡଦାଣ୍ଡରେ ଉଠାଦୋକାନୀଙ୍କ ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଛି । ପୌରସଂସ୍ଥାର ପାତରଅନ୍ତର ନୀତି ଓ ଉଠାଦୋକାନୀଙ୍କ ବଞ୍ଚିବାର ରାହା ମଧ୍ଯରେ ଚାଲିଛି ଖଣ୍ଡଯୁଦ୍ଧ । ଆଇଲା ଆଇଲା ଜେସିବି କହି ପସରା ପକାଇଥିବା ଉଠାଦୋକାନୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଜି ଅପରାହ୍ନରେ ଜଣେ ଭିନ୍ନକ୍ଷମ ପାନ ଦୋକାନିଙ୍କୁ ଉଠାଇବା ପାଇଁ ପୌରସଂସ୍ଥା ଓ ପବ୍ଲିକ ମଧ୍ଯରେ ଯୁକ୍ତିତର୍କ ଚାଲିଥିଲା ।

ଭିନ୍ନକ୍ଷମ ଦୋକାନିଙ୍କୁ ନଉଠାଇବା ପାଇଁ ସାମାଜିକ କର୍ମୀ ତଥା ଯୁବନେତା ସ୍ବାଧୀନ କୁମାର ପଣ୍ଡା ଘୋର ବିରୋଧ କରିଥିଲେ । ଗରିବ ଦୋକାନିଙ୍କ ଉପରେ ଛାଟ ବାଜୁଛି । ଜଣେ ଭିନ୍ନକ୍ଷମ ପାନ ଦୋକାନି ଡ୍ରେନ ସେପଟେ ଓ ଗଛ ଆଢୁଆଳରେ ଦୋକାନ କରିଥିବା ବେଳେ ଆକ୍ରୋଶର ଶିକାର ହୋଇଛି । ବଗଲା ଧର୍ମଶାଳାକୁ ଖଣ୍ଡ ଖଣ୍ଡ କରିବା ପରେ ଏବେ ପାଚରି ଉପରେ ବଡଲୋକ ନଜର ପଡିଛି । ସେଠାରେ ଥିବା ଡିଜିଟାଲ ଶୌଚାଳୟରେ ଝାଡା ବସିବା ପାଇଁ ୫୦ଟଙ୍କା ଓ ପରିସ୍ରା କରିବା ପାଇଁ ୨୦ଟଙ୍କା ନେଉଛନ୍ତି ।
ଅନ୍ଯପକ୍ଷରେ ସର୍ବସାଧାରଣ ଶୌଚାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଅନ୍ୟପକ୍ଷରେ ଜାତୀୟ ରାଜପଥ ବଡଦାଣ୍ଡ ଉପରେ ଶହ ଶହ କାର ଅଟୋ ବାଇକ ଦୁଇ ପାର୍ଶ୍ବରେ ୨୦ଫୁଟ ପର୍ଯ୍ୟନ୍ତ ମାଡି ବସିଲେ ମଧ୍ଯ ପୌରସଂସ୍ଥା ନଜରରେ ପଡୁନାହିଁ । ପୌରସଂସ୍ଥାର ଏନଫୋର୍ସମେଣ୍ଟ ଅଧିକାରିଣୀ ଜନତାଙ୍କ ବିରୋଧ ଯୋଗୁ ଅଫିସକୁ ଫେରିଯାଇଥିଲେ । ଅନ୍ଯପକ୍ଷରେ ବଡଦାଣ୍ଡରେ ଥିବା ଅରୁନ୍ଧତୀ ଜୁଏଲର୍ସ ସମ୍ମୁଖରେ ୨୦ ଫୁଟ ପର୍ଯ୍ୟନ୍ତ

ମଟରସାଇକେଲ ରଖିବା ପାଇଁ ସିକ୍ଯୁରିଟ ଗାର୍ଡ ଓ ବାଉନ୍ସର ଠିଆ କରିଥିଲେ ମଧ୍ଯ ପୌରସଂସ୍ଥା ଆଖି ମୁଜି ଦେଇଥିବା ଶ୍ରୀପଣ୍ଡା ଅଭିଯୋଗ କରିଛନ୍ତି । ଅନ୍ଯ ଦୋକାନି ମାନଙ୍କୁ ନଉଠାଇ ଭିନ୍ନକ୍ଷମ ଦୋକାନ ଉଠାଇବାକୁ ଜିଦ ଧରିଥିବାରୁ ସାଧାରଣରେ ପୌରସଂସ୍ଥାର ପାତରଅନ୍ତର ନୀତି ଧରା ପଡିଯାଇଛି । ଏହାକୁ ନେଇ ଶ୍ରୀପଣ୍ଡାଙ୍କ ପ୍ରବଳ ବିରୋଧ ଓ ସାମାଜିକ ଗଣମାଧ୍ୟମରେ ଲାଇଭ କରିବା ଯୋଗୁ ପୌର କର୍ମଚାରୀମାନଙ୍କ ସହିତ ପୋଲିସ ଓ ଜେସିବି ଫେରିଯାଇଥିବା ଦେଖିବାକୁ ମିଳିଥିଲା ।
No Result
View All Result