No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତିବର୍ଷ ଏପ୍ରିଲ୍ ୬ ତାଳିଖକୁ ଭାରତୀୟ ଜନତା ପାର୍ଟୀ ର ସ୍ଥାପନା ଦିବସ ଵା ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । ପୁର୍ବବର୍ଷ ପରି ,ଏ ବର୍ଷ ମଧ୍ୟ ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ, ବାଣୀଗୋଛା ଓ ଏନ୍ ଏ ସି ର ବିଭିନ୍ନ ସ୍ଥାନ ରେ ବି ଜେ ପି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ଏ । ଏହି କାର୍ଯ୍ୟକ୍ରମକୁ ଡ ଆମ୍ବେଦକର ଙ୍କ ଜୟନ୍ତୀ ପର୍ଯ୍ୟନ୍ତ ପାଳନ କରାଯିବ ଇତ୍ୟାବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଯଥା ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦଳିତ ବସ୍ତି ର ସ୍ୱଚ୍ଛତା , ମଠ ମନ୍ଦିର ସ୍ୱଚ୍ଛତା ,ସହିତ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଯିବ ।

ଡବଲ ଇଂଜିନ ସରକାର ଯୋଜନା ବିଷୟରେ ଜନସାଧାରଣ କୁଂ ଅବଗତ କରିବା ସହିତ , ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ଓ ତାର ସମାଧାନ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କୁ ଅବଗତ କରାଯିବ ଏବଂ ଜନତାଙ୍କ ଦୁଃଖ ଓ ସୁଖ ରେ ଦଳ ସହାଭାଗୀ ହେବ । ପ୍ରକାଶ ଥାଉକି ଆଜି ଦଶପଲ୍ଲା ବିଜେପି କାର୍ଯ୍ୟାଳୟ, ଵାଣିଗୋଛ ମଣ୍ଡଳ ,ଫାଲପାଦୁ, ନୂଆଗାଁ ଦୋଳମୁଣ୍ଡେଇ, ଦୁଡ଼ା ଓ ମଧ୍ୟଖଣ୍ଡ ର ଡିହଗାଁ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଏହି ଦିବସ ପାଳନ କରିବା ସହ ,ନିଜ ନିଜ ଘରେ ବିଜେପି ପତାକା କୁ ଉତ୍ତଳନ କରିଥିଲେ ।

ବିଜେପି ଦଳର ର ପ୍ରତିଷ୍ଠା ବିଷୟରେ ,ସଙ୍ଘ ପରେ ଜନସଙ୍ଘ ପରେ ୧୯୮୦ ଅପ୍ରେଲ ୬ ତାରିଖ ମାନନୀୟ ବାଜପେୟୀ ଙ୍କ ସଭାପତିତ୍ୱରେ ଏବଂ ଆଡଭାନି ଙ୍କ ନେତୃତ୍ୱ ଦଳ ସ୍ଥାଇତ୍ବ ହେବାପରେ , ଆଜି ମୋଦୀ ଙ୍କ ନେତୃତ୍ୱ ଡବଲ ଇଂଜିନ ସରକାର ଚାଲିଛି ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବରେ ଭାରତୀୟ ଜନତା ପାର୍ଟୀ ଆଜି ତାର ଅସ୍ତିତ୍ବ ଜାହିର କରିଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ର ଓବିସି ମୋର୍ଚା ସଭାପତି ଜ୍ଞାନ ରଞ୍ଜନ ସାହୁ, ଏନ୍ ଏ ସି ର ସଭାପତି ମନୋଜ ସାହୁ,

ସାଂସଦ ପ୍ରତିନିଧି ( ବ୍ଲକ ) କିଶୋର ଚନ୍ଦ୍ର ଦଳ ବେହେରା, ଏନ୍ ଏ ସି ର ସାଂସଦ ପ୍ରତିନିଧି ଅଞ୍ଜନ ଦାସ,ବସନ୍ତ ମୁଦୁଲି ସାଧାରଣ ସମ୍ପାଦକ ଵାଣିଗୋଚ୍ଛା ମଣ୍ଡଳ, ପୂର୍ଣ୍ଣ ଚନ୍ଦ୍ର ନାୟକ ଶକ୍ତି କେନ୍ଦ୍ର ଯୁବ ପ୍ରମୁଖ ,ନୂଆଗାଁର ବରିଷ୍ଠ ସଂଗଠକ ପଦ୍ମ ଚରଣ ଯାନୀ ,ଉଦୟ ଅମାନ୍ତ,ମାନସ ରଞ୍ଜନ ନାୟକ , ବନମାଳୀ ମିଶ୍ର ( ତିହଗାଁ ) ,ଚିତ୍ତରଞ୍ଜନ ମିଶ୍ର , ଚନ୍ଦନ ରାଉତ କଂ ଭଳି ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
No Result
View All Result