No Result
View All Result
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଶ୍ରୀରାମ ନବମୀ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ବିରାଜିତ ପ୍ରଭୁ ଶ୍ରୀରାମଙ୍କ ଷଷ୍ଠ ଶ୍ରୀରାମ ନବମୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଲୋକ ଅଂଶ ଗ୍ରହଣ କରିଥିଲେ । ଉତ୍ସବ ଉପଲକ୍ଷେ ପୂଜା,ହୋମ ସହିତ ରାମାୟଣ ପଠନ ପରେ ପ୍ରସାଦ ସେବନ କରାଯାଇଥିଲା ।

ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ମହିଳା କୀର୍ତ୍ତନ ଦଳ ବୈଠକୀ କୀର୍ତ୍ତନ କରିଥିଲେ। ଏହା ପରେ ଓଡିଶା ସରକାରଙ୍କର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଶ୍ରୀରାମ କଲଚରାଲ ଗ୍ରୁପ ଦଳ ଖଞ୍ଜଣି ଭଜନ ପରିବେଷଣ କରିଥିଲେ । କର୍ତ୍ତା ଭାବରେ ଶ୍ରୀ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କର ଧର୍ମ ପତ୍ନୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଟ୍ରଷ୍ଟର ଚେୟାରମ୍ୟାନ ମଳୟ ଆନନ୍ଦ କୁମାର ତ୍ରିପାଠୀ । ସହଯୋଗ କରିଥିଲେ ମୁଖ୍ୟ ପରିଚାଳନା ଟ୍ରଷ୍ଟି ମନ୍ମୟ ଆନନ୍ଦ କୁମାର ତ୍ରିପାଠୀ । ଏହା ସହିତ ସୁରେଶ ବୁଡେକ,ସତ୍ୟ ଗହୀର,ଚିଙ୍କୁ ପ୍ରଧାନ ଶ୍ରୀମୟ ତ୍ରିପାଠୀ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ଗତ ଛଅ ବର୍ଷ ହେଲା ମନ୍ଦିର ପ୍ରତିଷ୍ଠା ହେବା ଦିନ ଠାରୁ ଏହି ଉତ୍ସବ ପାଳନ ହୋଇ ଆସୁଛି ।
No Result
View All Result