No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ପ୍ରଭୁ ଅଲାରନାଥ ରାମନବମୀ ରେ ପିତାମ୍ବର ବେଶରେ ଦର୍ଶନ ଦେଇଛନ୍ତି।ଆଜି ଭୋର ୪ଟା ରୁ ଦୁଆର ଫିଟା ଯାଇ ଠାକୁର ଙ୍କ ମଙ୍ଗଳଆଳତି,ଅବକାଶ ଓ ତୁଳସୀ ଚନ୍ଦନ ଲାଗି ସରିବାପରେ ନୀତିକାନ୍ତି କରଯାଇଥିଲା । ବଲ୍ଲଭ ନିତି ପରେ ପିତ୍ତ ରଙ୍ଗର ବସ୍ତ୍ର ସହିତ ମୁଖ ମଣ୍ଡଳ ନୀଳ ରଙ୍ଗରେ ସୁ ସଜିତ କରାଯାଇଛି।
ପ୍ରଭୁ ଙ୍କୁ ବର୍ଷକ ଗୋଟିଏ ଦିନ ରାମ ନବମୀ ରେ ପିତାମ୍ବର ବେଶ କରାଯାଇଥାଏ । ଏହି ଦୁଲ୍ଲଭ୍ ବେଶରେ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଦିନ ତମାମ ଭକ୍ତ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା।
No Result
View All Result